ରିଲିଜ ହୋଇଛି ସିନେମା ସତ୍ୟପ୍ରେମ୍‌ କି କଥା, ରହିଛି ଜବରଦସ୍ତ ଲଭ ଷ୍ଟୋରୀ

ସତ୍ୟପ୍ରେମ୍‌ କି କଥା ସିନେମା ହଲରେ ରିଲିଜ ହୋଇସାରିଛି । ଏହି ସିନେମାର ଟାଇଟଲ ପୂର୍ବରୁ ସତ୍ୟନାରାୟଣ କି କଥା ରଖାଯାଇଥିଲା । ପରେ ଏହାର ନା ପରିବର୍ତ୍ତନ କରାଯାଇ ସତ୍ୟପ୍ରେମ କି କଥା କରାଯାଇଛି । ଏଥିରେ ଡ୍ୟାନ୍ସ, ଡ୍ରାମା ସହ ଭରପୁର ଭରପୁର ରହିଛି । କାର୍ତ୍ତିକ ଆରୟନ ଓ କିଆରା ଆଡଭାନୀ ଏଥିରେ ନଜର ଆସିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):  କାର୍ତ୍ତିକ ଆରୟନ ଓ କିଆରା ଆଡଭାନୀଙ୍କ ସିନେମା ସତ୍ୟପ୍ରେମ୍‌ କି କଥା ସିନେମା ହଲରେ ରିଲିଜ ହୋଇସାରିଛି । ଏହି ସିନେମାର ଟାଇଟଲ ପୂର୍ବରୁ ସତ୍ୟନାରାୟଣ କି କଥା ରଖାଯାଇଥିଲା । ପରେ ଏହାର ନା ପରିବର୍ତ୍ତନ କରାଯାଇ ସତ୍ୟପ୍ରେମ କି କଥା କରାଯାଇଛି । ଏହା ଏକ ରୋମାଟିଂ ସିନେମା । ଏଥିରେ ଡ୍ୟାନ୍ସ, ଡ୍ରାମା ସହ ଭରପୁର ମାତ୍ରାରେ ଆକସନ ଦେଖିବାକୁ ମିଳିବ ।

ଏଥିରେ କାର୍ତ୍ତିକ ସତ୍ୟପ୍ରେମ ଭୂମିକାରେ ନଜର ଆସିଛନ୍ତି ଓ କିଆରା କଥା ଭୂମିକାରେ । ସତ୍ୟପ୍ରେମ କଥାଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ସେ ବାହା ହେବାକୁ ଚାହୁଁଛନ୍ତି । ଏହାପରେ ସେମାନେ ବିବାହ କରୁଛନ୍ତି । ପରେ ଉଭୟ ମିଶି ଅନେକ କଠିନ ସମୟର ସାମନା କରୁଛନ୍ତି । କଥା ସତ୍ୟପ୍ରେମକୁ ଏକ ସତ ଲୁଚାଉଛି । ଯାହାକୁ ସେ କହି ପାରୁନି । ପରେ ସତ ଜଣା ପଡ଼ୁଛି ।

ଏହି ସିନେମାରେ ସୁପ୍ରିୟା ପାଠକ କପୁର, ଅନୁରାଧା ପଟେଲ, ଶିଖା ତଲସାନିଆ, ଗଜରାଜ ରାଓ, ସିଦ୍ଧାର୍ଥ ରାନ୍ଧେରିଆ, ରାଜପାଲ ୟାଦବ ଭଳି କଳାକାର ରହିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସମୀର ବିଦ୍ବାନ ।

ଏହି  ସିନେମା ଏହାର ପ୍ରଥମ ଦିନରେ ୯ କୋଟିର ବ୍ୟବସାୟ କରିଛି । ସିନେମା ରିଲିଜର ପ୍ରଥମ ଦିନରେ କାର୍ତ୍ତିକ ସିଦ୍ଧି-ବିନାୟକଙ୍କ ମନ୍ଦିର ଦର୍ଶନ କରିଛନ୍ତି । ଏହାସହ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.