କୋଟି କୋଟି ଟଙ୍କାର ମାଲିକାଣୀ ଶେହନାଜ ଗିଲ, ଗୋଟିଏ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ପାଇଁ ଚାର୍ଜ କରନ୍ତି ଏତେ ଟଙ୍କା

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ଅଛନ୍ତି ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲ। ନିଜ ପ୍ରିୟର ମଣିଷକୁ ହରାଇ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି ଶେହନାଜ ଓରଫ ସନା। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଲୋକମାନେ ଶେହନାଜ୍‌ଙ୍କ ବିଷୟରେ ସବୁ କିଛି ଜାଣିବାକୁ ଚାହୁଁଛନ୍ତି। ଶେହନାଜଙ୍କ ଜୀବନକୁ ଅଧିକ ପାଖରୁ ଜାଣିବାକୁ ଚାହିଁଛନ୍ତି ଫ୍ୟାନ୍‌। ତାଙ୍କ ପର୍ସନାଲ ଓ ପ୍ରଫେସନାଲ ଲାଇଫ୍‌ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ତେବେ ଆସନ୍ତୁ ଜାଣିବା ଶେହନାଜ ଗିଲଙ୍କ ବିଷୟରେ କିଛି ଅଜଣା କଥା…

ଶେହନାଜ ବିଗ୍‌ବସ୍‌ ୧୩ରେ ନଜର ଆସିଥିଲେ। ଏହି ଶୋ’ରୁ ହିଁ ଲୋକେ ତାଙ୍କୁ ଚିହ୍ନିବା ଆରମ୍ଭ କରିଥିଲେ। ପଞ୍ଜାବ ଇଣ୍ଡଷ୍ଟ୍ରୀରେ ଶେହନାଜ ଜଣେ ଲୋକପ୍ରିୟ କଳାକାର। ସେ ଅନେକ ହିଟ୍‌ ପଞ୍ଜାବୀ ଗୀତରେ ନଜର ଆସିସାରିଛନ୍ତି। ଏଥିସହ ସେ ଅନେକ ହିନ୍ଦୀ ମ୍ୟୁଜିକ ଆଲବମ୍‌ ବି କରିଛନ୍ତି।

ଶେହନାଜଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୦ ମିଲିୟନ୍‌ ବା ୩ କୋଟି ଟଙ୍କା। କୌଣସି ଇଭେଣ୍ଟସ୍‌ର ପ୍ରମୋଶନ ପାଇଁ ଶେହନାଜ ମୋଟା ଅଙ୍କ ଡିମାଣ୍ଡ କରିଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଶେହନାଜ ଗୋଟିଏ ଇନ୍‌ଷ୍ଟ୍ରାଗ୍ରାମ୍‌ ପୋଷ୍ଟ ପାଇଁ ୮ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ମିଶାଇ ଶେହନାଜ ପାଖାପାଖି ୧୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ନିକଟରେ ଶେହନାଜ ଏକ ମର୍ସିଡିଜ୍‌ ବେଞ୍ଜ ଏସ୍‌ କିଣିଛନ୍ତି। ସୂଚନାଯୋଗ୍ୟ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶେହନାଜ ଏବେ ଖୁବ୍‌ ଖରାପ ସମୟ ଦେଇ ଗତି କରୁଛନ୍ତି।

Leave A Reply

Your email address will not be published.