‘ଶେରଶାହ’ର ନୂଆ ରେକର୍ଡ: ଆମାଜନ ପ୍ରାଇମରେ ସବୁଠାରୁ ଅଧିକ ଦେଖାଯାଇଥିବା ଫିଲ୍ମ

ଆମାଜନ ଓରିଜିନାଲ ଫିଲ୍ମ ‘ଶେରଶାହ’ ରିଲିଜ ହେବା ପରେ ଦର୍ଶକ ଓ ଆଲୋଚକଙ୍କ ତରଫରୁ ଭରପୂର ଭଲ ପାଇବା ମିଳୁଛି। କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ଭାରତରେ ଆମାଜନ ପ୍ରାଇମ ଭିଡ଼ିଓରେ ସବୁଠାରୁ ଅଧିକ ଦେଖାଯାଇଥିବା ଫିଲ୍ମ ପାଲଟିଛି। ଏହାବ୍ୟତୀତ ରିଲିଜ ହେବାର ପ୍ରଥମ ଦୁଇ ସପ୍ତାହରେ ‘ଶେରଶାହ’ ସିନେମାକୁ ୪୧୦୦ ସହର ସହିତ ବିଶ୍ବରେ ୨୧୦ଟି ଦେଶରେ ଷ୍ଟ୍ରିମିଂ କରାଯାଇଛି। ଆଇଏମଡିବିରେ ଏପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ହିନ୍ଦୀ ସିନେମା ଭାବେ ‘ଶେରଶାହ’ ଏକ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିଛି।

ଏହି ସଫଳତା ପରେ ନିର୍ମାତା କରନ ଜୋହର କହିଛନ୍ତି ଯେ ଶେରଶାହ ଫିଲ୍ମ ସବୁବେଳେ ସେମାନଙ୍କ ହୃଦୟର ନିକଟତର ରହିଛି। ଏହି ସିନେମାକୁ ମିଳିଥିବା ପ୍ରେମ ଓ ପ୍ରଶଂସାଙ୍କୁ ଦେଖିବା ପରେ ଏହା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ଉପରେ ଅବିଶ୍ବସନୀୟ ଭାବେ ଗର୍ବ ଅନୁଭବ ହେଉଛି। ଶେରଶାହ ପରମବୀର ଚକ୍ର ବିଜେତା କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ କାହାଣୀ, ଯାହାକୁ କେବେ ବି କୌଣସି ଭାରତୀୟ ଭୁଲି ପାରିବେ ନାହିଁ। ଏହି କାହାଣୀ ଜରିଆରେ ତାଙ୍କ ଜୀବନ, ଜୁନୁନ, ଦେଶ ଓ ଡିମ୍ପଲଙ୍କ ପାଇଁ ତାଙ୍କ ଭିତରେ ଥିବା ପ୍ରେମର ଗଭୀରତା ଦେଖାଇବା ସହିତ କେଉଁ ଜିନିଷ ତାଙ୍କୁ ବାହାଦୂର କଲା ତାହା ବି ଦେଖିବାକୁ ମିଳୁଛି। ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାଣୀଙ୍କ ଅଭିନୟ ଓ ବିଷ୍ଣୁଙ୍କ ନିର୍ଦେଶନାକୁ ମିଳୁଥିବା ଭଲପାଇବା ଦେଖି ଗର୍ବ ଅନୁଭବ ହେଉଛି ବୋଲି କରନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.