‘ସୁପର ଡ୍ଯାନ୍ସର ୪’ ଶୋକୁ ଫେରୁଛନ୍ତି ଶିଳ୍ପା ସେଟ୍ଟୀ, ଅନୁରାଗ ବାସୁ ଦେଲେ ଖୁସି ଖବର

ରାଜ କୁନ୍ଦ୍ରାଙ୍କ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ‘ସୁପର ଡ୍ଯାନ୍ସର୍ ୪’ର ଜଜ୍ ଭାବେ ଶୋ’ରେ ନଜର ଆସୁନଥିଲେ। ଶୋ’ରେ ଶିଳ୍ପାଙ୍କ ଅଭାବକୁ ପୂରଣ କରିବା ପାଇଁ ପ୍ରତି ସପ୍ତାହରେ ଏକ ନୂଆ ଅତିଥିଙ୍କୁ ଦେଖିବାକୁ ମିଳୁଥିଲା। ତେଣୁ ପ୍ରଶଂସକମାନେ ଭାବୁଥିଲେ କି ବୋଧହୁଏ ଶୋର ପ୍ରଯୋଜକ ଶିଳ୍ପାଙ୍କୁ ଏଥିରୁ ବାହାର କରିଦେଇଛନ୍ତି। କିନ୍ତୁ ଏବେ ଶିଳ୍ପାଙ୍କ ଫ୍ଯାନଙ୍କ ପାଇଁ ଖୁସି ଖବର ଶୁଣିବାକୁ ମିଳୁଛି। ଶିଳ୍ପା ପୁଣି ‘ସୁପର ଡ୍ଯାନ୍ସର୍ ୪’ ସେଟ୍‌କୁ ଫେରୁଛନ୍ତି ।

ଆସନ୍ତା ସପ୍ତାହର ଏପିସୋଡ ପାଇଁ ଶିଳ୍ପା ସୁଟିଂ ଆରମ୍ଭ କରିଦେଇଛନ୍ତି। ଶିଳ୍ପା ୨୦୧୬ ମସିହାରୁ ଶୋ’ର ପ୍ରଥମ ସିଜିନରୁ ବିଚାର କରିଆସୁଛନ୍ତି। ନିର୍ମାତାମାନେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ ସ୍ଥାନରେ ଅନ୍ୟ କୌଣସି ସେଲିବ୍ରେଟଙ୍କୁ ନେବାକୁ ଚାହୁଁନଥିଲେ। ନିକଟରେ, ଏକ ଇଣ୍ଟରଭ୍ୟୁରେ ଫିଲ୍ମ ନିର୍ମାତା ଅନୁରାଗ ବସୁ କହିଛନ୍ତି, ‘ଆମେ ଶିଳ୍ପାଙ୍କୁ ସେଟରେ ବହୁତ ମିସ୍ କରୁଛୁ। ଆମ ସମସ୍ତ ମଧ୍ୟରେ ଏକ ଭଲ ସମ୍ପର୍କ ରହିଛି । ଆମେ ଏକ ଛୋଟ ପରିବାର ଏବଂ ଯେତେବେଳେ ଜଣେ ବ୍ୟକ୍ତି ପାଖରେ ନଥାନ୍ତି, ଏହା ବହୁତ କଷ୍ଟକର । ଆମେ ସମସ୍ତେ ଶିଳ୍ପାଙ୍କୁ ବହୁତ ଭଲ ପାଉ । ଶିଳ୍ପା ଶେଟ୍ଟୀ, ଗୀତା କପୁର ଏବଂ ଅନୁରାଗ ବାସୁଙ୍କ ସହ ଶୋ’ର ପ୍ରଥମ ସିଜିନରୁ ଜଜ୍ ଭାବେ ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.