କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ଅତିଥିଙ୍କ ପାଇଁ ବୁକ୍‌ ହୋଇଛି ୮୪ଟି ଘର ସହ ୭୫ରୁ ଅଧିକ ଗାଡ଼ି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।  ଦୁହିଁଙ୍କ ବିବାହ ମୁହୁର୍ତ୍ତକୁ ତାଙ୍କ ଫ୍ଯାନ୍ସ ମାନେ ଉତ୍ସାହ ସହକାରେ ଅପେକ୍ଷା କରିଛନ୍ତି । ଆପଣ ଜାଣି ଖୁସି ହେବେ ଯେ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ରେ ଖୁବ୍ କମ୍‌ ସମୟରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ୍‌ଭ‌ାନୀ।

କିଆରା ଓ ସିଦ୍ଧାର୍ଥ ରାଜକୀୟ ‌ଶୈଳୀରେ ଆଜି ବିବାହ କରିବାକୁ ଯାଉଛନ୍ତି। ସେଥିପାଇଁ  ଜୋରଦାର ପ୍ରସ୍ତୁତି ଚାଲିଛି। କହିବାକୁ ଗଲେ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଁଚିଛି । ଏକଥା ତ ସଭିଏଁ  ଜାଣିଛନ୍ତି କି ଜୈସଲମରର  ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ହେବ । ସେମାନଙ୍କ ବିବାହକୁ ନେଇ ଗ‌ୋଟାଏ ପରେ ‌ଗୋଟାଏ ତଥ୍ୟ ସାମ୍ନାକୁ ଆସି ଚାଲିଛି। କିଆରା ନିଜ ବିବାହରେ ପିନ୍ଧିବାକୁ ଥିବା ଲେହେଙ୍ଗା ଡିଜାଇନ୍‌ର ଦାୟତ୍ବ  ଜଣାଶୁଣା ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କୁ ନେଇଛନ୍ତି। କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ଅତିଥିମାନଙ୍କ ରହିବା ପାଇଁ ସୂର୍ଯ୍ୟଗଡ଼ ପ୍ୟାଲେସରେ ପାଖାପାଖି ୮୪ଟି ଘର ବୁକ୍‌ କରାଯାଇଥିବାବେଳେ, ୭୫ରୁ ଅଧିକ ଗାଡ଼ି ବୁକ୍‌ କରାଯାଇଛି। ଏହି ଗାଡ଼ିଗୁଡ଼ିକରେ ମର୍ସିଡିଜ୍‌ରୁ ନେଇ ବିଏମ୍‌ଡବ୍ଲୁ ପର୍ଯ୍ୟନ୍ତ ସାମିଲ୍‌ ଅଛି।

ସୂଚନା ଥାଉକି, କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆଫେୟାର୍ସ ଖବର ବଲିଉଡ୍‌ ଜଗତର ସବୁଠୁ ଚର୍ଚ୍ଚିତ ଖବର। ଏହି ଯୋଡ଼ି ରିଲେସନ୍‌ସିପ୍‌ରେ ଥିବା ନେଇ ଖବର ଦୀର୍ଘ ଦିନ ହେଲାଣି ସାମ୍ନାକୁ ଆସୁଥିଲା। କିଆରା ଓ ସିଦ୍ଧାର୍ଥ ଉଭୟେ ପ୍ରେମରେ ଥିବା ନେଇ ଫ୍ୟାନ୍‌ମାନେ ବି ଅନେକ ଥର ଦେଖିଛନ୍ତି। ପବ୍ଲିକ୍‌ ପ୍ଲେସ୍‌ରେ ଉଭୟଙ୍କୁ ଏକାଠି ସ୍ପଟ୍‌ କରାଯାଇଛି। ମଲ୍‌, ରୋସ୍ତୋରାଁ ଆଦିକୁ ମଧ୍ୟ ଏହି ଯୋଡ଼ି ପ୍ରାୟତଃ ଏକାଠି ଯାଇଥାନ୍ତି। କିନ୍ତୁ କେବେ ବି ନିଜ ସମ୍ପର୍କ ବିଷୟରେ ମୁହଁ ଖେଲିନଥିଲେ ଏହି ଯୋଡ଼ି। କିନ୍ତୁ ଏବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ନିଜ ସମ୍ପର୍କକୁ କନ୍‌ଫର୍ମ କରିବା ସହିତ ସାରା ଜୀବନ ପାଇଁ ଏକାଠି ହେବାକୁ ଯାଉଛନ୍ତି ।