ଏବେ DL ମିଳିଯିବ ବିନା ଟେଷ୍ଟରେ, କେନ୍ଦ୍ର ସରକାରଙ୍କ ଏହି ଦୁଇଟି ସଂସ୍ଥାରେ ସହଜରେ ପାଇଯିବେ ଡ୍ରାଇଭିଂ ଲାଇସେନ୍ସ

ଯଦି ଆପଣ ବି ଦୁଇ ଚକିଆ ଯାନ କିିମ୍ବା ଚାରି ଚକିଆ ଯାନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଖବର ଆସିଛି। ନୂଆବର୍ଷରେ ଏସବୁ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା ଖୁସି ଖବର। The Union Road and Transport Ministry ଙ୍କ ନୂଆ ନିୟମରେ ଗାଡ଼ି ଚାଳକଙ୍କୁ ବହୁତ ବଡ଼ ସୁବିଧା ମିଳିବ। ବିଗତ ବର୍ଷରେ ଲାଗୁ ହୋଇଥିବା ନିୟମ ଅନୁସାରେ ଆପଣଙ୍କୁ ଡିଏଲ ପାଇଁ ଆରଟିଓ ଅଫିସ ଯାଇ ଲମ୍ବା ଲାଇନ କରି ଛିଡ଼ା ହେବାକୁ ପଡ଼ିବ ନାହିଁ।

ଡିଏଲ ତିଆରି କରିବା ଏବେ ହୋଇଗଲା ଖୁବ ସହଜ। ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାର କିଛି ନିୟମ ଲାଗୁ କରିଛନ୍ତି। ନୂଆ ନିୟମ ଅନ୍ତର୍ଗତ ଆପଣଙ୍କୁ ଅଫିସ ଯାଇ ଟେଷ୍ଟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ରୀୟ ପରିବହନ ଓ ହାଇେଓ୍ଵ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି। ଏମିତିରେ ଆପଣଙ୍କୁ ଆରଟିଓ ଅଫିସର େଓ୍ଵଟିଂ ଲିଷ୍ଟରେ ରହିବାର ଆବଶ୍ୟକତା ପଡ଼ିବ ନାହିଁ। ଲୋକମାନଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏଭଳି ରୁଲ କୁ ବାହାର କରିଛନ୍ତି। ଏମିତିରେ ଡିଏଲ ଆଉ ଜରୁରୀ ହେବ ନାହିଁ।

କେନ୍ଦ୍ରୀୟ ପରିବହନ ଓ ହାଇେଓ୍ଵ ମନ୍ତ୍ରାଳୟ ଗତ ୧ ଜୁଲାଇ ୨୦୨୨ ରେ ଏହି ନିୟମକୁ ବାହାର କରିଥିଲେ। ଏମିତିରେ ଲୋକମାନେ ନିଜ ଗାଡ଼ିର ଡିଏଲ ପାଇଁ ଆରଟିଓରେ ଯିବା ଜରୁରୀ ନୁହେଁ। ଏବେ ଆପଣ ଏହି କାମକୁ ଡ୍ରାଇଭର ଟ୍ରେିନଂ ସେଣ୍ଟରରେ କରିପାରିବ। ଯାହାକି ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି ତଥା ସେଣ୍ଟ୍ରାଲ ଗଭର୍ମେଣ୍ଟ ଅନ୍ତର୍ଗତ ରହିଛି। ଏବେ ସରକାର ଏହି ସଂସ୍ଥାକୁ ଡ୍ରାଇଭିଂ ଲାଇସେନ୍ସ ଦେବାର ଦାୟିତ୍ୱ ଦେଇଛନ୍ତି।

ଷ୍ଟେପ:
-ସର୍ବପ୍ରଥମେ ଆପଣ ଏଥିପାଇଁ ଦିଆଯାଇଥିବା ଯେକୌଣସି ଅନୁଷ୍ଠାନରେ ନିଜକୁ enroll କରିବାକୁ ହେବ।
-ଏହାପରେ ଦିଆଯାଇଥିବା ଟେଷ୍ଟକୁ ପାସ୍‌ କରିବାକୁ ହେବ।
-ଥରେ ଏହି ଟେଷ୍ଟ କ୍ଲିୟର ହେବା ପରେ ସରକାରଙ୍କ ତରଫରୁ ଏକ ସାର୍ଟିଫିକେଟ ଦିଆଯିବ। ଯେଉଁଥିରେ ଲେଖାଥିବ ଯେ ଆପଣ ଆରଟିଓ କୁ ନଯାଇ ମଧ୍ୟ ଟ୍ରେନିଂ ଟେଷ୍ଟରେ ପାସ୍‌ ହୋଇଛନ୍ତି। ଏହି କାରଣରୁ ଆପଣଙ୍କୁ ସାର୍ଟିଫିକେଟ ଦିଆଯାଉଛି।

ଏହିସବୁ ସେଣ୍ଟର ଭିନ୍ନ ଭିନ୍ନ ସାର୍ଟିଫିକେଟ ମଧ୍ୟ ପ୍ରୋଭାଇଡ଼ କରିବ। ଯେମିତିକି ଲାଇଟ ମୋଟର ଭେଇକିଲ LMV, ମିଡ଼ିୟମ ଓ ହେଭି ଭେଇକିଲ HMV ସାର୍ଟିଫିକେଟ। ତେବେ ଲାଇଟ ମୋଟର ଭେଇକିଲ ପାଇଁ ଆପଣଙ୍କ ଟ୍ରେନିଂ ମାତ୍ର ୨୯ ଘଣ୍ଟାର ରହିବ। ଯାହାକି ମାତ୍ର ୪ ସପ୍ତାହରେ ଶେଷ ହୋଇଯିବ।

ତେବେ ଏହା ପୂର୍ବରୁ ଡିଏଲରେ ଆଡ୍ରେସ କୁ ପରିବର୍ତ୍ତନ କରିବା ପାଇଁ ଆରଟିଓ ଯିବାକୁ ପଡ଼ୁଥିଲା। ଯାହାକି ଏବେ ଆଉ ଜରୁରୀ ନୁହେଁ। ଏଭଳି ଲଙ୍ଗ ପ୍ରୋସେସରୁ ଦୂରେଇ ଆପଣ ଏକ ସଟକଟ୍‌ ଟ୍ରିକ ଜାଣିନିଅନ୍ତୁ। ଏଥିପାଇଁ ଆପଣଙ୍କୁ ଏମପରିବହନ ଆପ୍‌ କୁ ବ୍ୟବହାର କରିବାକୁ ହେବ ।ଯାହାକି କେନ୍ଦ୍ର ସରକାରଙ୍କ ପ୍ରଚଳିତ ଏକ ଆପ୍‌। ଏମିତିରେ ଆପଣ ଘରେ ବସି କିଛି ସମୟରେ ନିଜ ଡିଏଲରେ ଆଡ୍ରେସକୁ ଚେଞ୍ଜ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.