‘ଶେରଶାହ’ ପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାର୍ଥ ଏବଂ କିଆରା, ଦେଖିବାକୁ ମିଳିବ ଜବରଦସ୍ତ କେମେଷ୍ଟ୍ରି

‘ଶେରଶାହ’ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଥିଲା। ଖବର ମୁତାବକ, ଖୁବଶୀଘ୍ର ଦୁହେଁ ଏବେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଦୁହେଁ ସବୁବେଳେ ନିଜର ପର୍ସନାଲ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଫ୍ୟାନ୍ସ ଦୁହିଁଙ୍କ ରିଲେସନସିପକୁ ନେଇ ବେଶ୍‌ ଉତ୍ସାହିତ ରହିଥାନ୍ତି। ନିକଟରେ ଦୁହିଁଙ୍କର ବ୍ରେକଅପ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ଦୁହିଁଙ୍କ ମିଳାମିଶା ଦେଖି ଗୁଜବ ଉପରେ ରୋକ୍‌ ଲାଗିଥିଲା।

ଏହା ମଧ୍ୟରେ ଏକ ଖବର ଆସିଛି କି, କିଆରା ଏବଂ ସିଦ୍ଧାର୍ଥ ପୁଣିଥରେ ରୋମାଣ୍ଟିକ ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଦୁହିଁଙ୍କ ରୋମାନ୍ସ ଦେଖିବାକୁ ମିଳିବ। ଦୁହିଁଙ୍କୁ ସ୍କ୍ରିପ୍ଟ ମଧ୍ୟ ପସନ୍ଦ ଆସିଛି।

ସୂଚନା ମୁତାବକ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ କିଛିଦିନ ତଳେ ବାନ୍ଦ୍ରାସ୍ଥିତି ଘରକୁ ଯାଇଥିଲେ। ଏହା ପରେ ଫ୍ୟାନ୍ସ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଅଛି ବୋଲି କହୁଛନ୍ତି। ନିଜ କାରରେ ଆସି ଦୁହେଁ ଏହି ଘରକୁ ଯାଇଥିଲେ। ଯାହାର ଭିଡିଓ ଭାଇରଲ ହୋଇଥିଲା।

kiara-sid

କିଆରା ଆଡଭାନୀ ଏବେ ଫିଲ୍ମ ‘ଜୁଗ ଜୁଗ ଜିୟୋ’ର ସଫଳତାକୁ ଏନଜଏ କରୁଛନ୍ତି। ଫିଲ୍ମରେ କିଆରା ବରୁଣ ଧଓ୍ଵନଙ୍କ ସହିତ ନଜର ଆସିଛନ୍ତି। ଏହାସହିତ ଫିଲ୍ମରେ ଅନୀଲ କପୁର, ନୀତୁ କପୁର, ମନୀଷ ପଲ ଏବଂ ପ୍ରାଜକ୍ତା କୋଲି ନଜର ଆସିଛନ୍ତି। ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସପନ୍ସ ମିଳୁଛି।

ସୂଚନାଯୋଗ୍ୟ, ସିଦ୍ଧାର୍ଥ ରୋହିତ ସେଟ୍ଟୀଙ୍କ େଓ୍ଵବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ ନଜର ଆସିବେ। ଏହି ସିରିଜ ଆମାଜନ ପ୍ରାଇମରେ ରିଲିଜ ହେବ। ଏହାଛଡା ସିଦ୍ଧାର୍ଥ ‘ଯୋଦ୍ଧା, ମିଶନ ମଜନୁ, ଥ୍ୟାଙ୍କ ଗଡ’ ରେ ଦେଖିବାକୁ ମିଳିବେ। ଫିଲ୍ମ ‘ଭୁଲ୍‌ ଭୁଲୈୟା’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଲିଡ ରୋଲରେ ନଜର ଆସିବେ କିଆରା। ଏହାଛଡା କିଆରା ‘ଗୋବିନ୍ଦା ମେରା ନାମ’ ନଜର ଆସିବେ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.