ସିଦ୍ଧାର୍ଥ ଏବଂ ଶେହନାଜଙ୍କ ଗୀତ ‘ଅଧୁରା’ର ପୋଷ୍ଟର ରିଲିଜ, ପୋଷ୍ଟର ଦେଖି ଫ୍ଯାନ ହେଲେ ଭାବୁକ

ବିଗବସ୍ ବିଜେତା ତଥା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ମୃତ୍ଯୁ ସମସ୍ତଙ୍କୁ ଚକିତ କରିଦେଇଥିଲା। କେହି ମଧ୍ୟ ତାଙ୍କ ମୃତ୍ଯୁକୁ ସହଜରେ ଗ୍ରହଣ କରିପାରିଲେ ନାହିଁ। ଜୀବନ ଯୁଦ୍ଧରେ ଏତେ ଶୀଘ୍ର ହାରଯିବେ ବୋଲି କେହି ଜାଣିନଥିଲେ। କିନ୍ତୁ ଏହା ମଧ୍ୟରେ ସିଦନାଜଙ୍କ ଫ୍ଯାନ ନିଶ୍ଚିତ ଖୁସି ହୋଇଯିବେ। ସିଦ୍ଧାର୍ଥ ଶୁକ୍ଲା ଏବଂ ଶୋହନାଜଙ୍କ ଶେଷ ଗୀତ ‘ଅଧୁରା’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଗୀତରେ ଶେଷଥର ପାଇଁ ସିଦନାଜ ଯୋଡିକୁ ଦେଖିବାକୁ ମିଳିବ। ନିକଟରେ ଏହି ଗୀତର ପୋଷ୍ଟର ମେକର୍ସ ରିଲିଜ କରିଛନ୍ତି।

ଏହି ପୋଷ୍ଟର ଦେଖିବା ପରେ ଫ୍ଯାନ୍ ଭାବବିହ୍ବଳ ହୋଇପଡିଛନ୍ତି। ସିଦ୍ଧାର୍ଥ ଶୁଳ୍କା ମୃତ୍ଯୁ ପୂର୍ବରୁ ଏକ ମ୍ଯୁଜିକ ଭିଡିଓରେ କାମ କରୁଥିଲେ। ଯାହାର ଟାଇଟଲ ଥିଲା ହାବିଟ୍। ସିଦ୍ଧାର୍ଥଙ୍କ ମୃତ୍ଯୁ ପରେ ଏହି ଗୀତ ଅଧାରେ ରହିଥିଲା। କେଣୁ ମେକର୍ସ ଏବେ ଏହି ଗୀତର ଟାଇଟଲ ପରିବର୍ତ୍ତନ କରି ରିଲିଜ କରିବା ଯୋଜନାରେ ରହିଛନ୍ତି। ଏହି ଗୀତର ନାମ ଅଧୁରା ରଖାଯାଇଛି। ରିଲିଜ ହୋଇଥିବା ପୋଷ୍ଟରରେ ଟ୍ଯାଗ ଲାଇନରେ ରହିଛି ‘ଏକ ଅଧୁରା ଗାନା, ଏକ୍ ଅଧୁରୀ କାହାନୀ। ଏହି ଗୀତକୁ ଶ୍ରେୟା ଘୋଷାଲ ଗାଇଛନ୍ତି।

 

View this post on Instagram

 

A post shared by Saregama India (@saregama_official)

କିନ୍ତୁ ଏହି ଗୀତ କେତେ ତାରିଖରେ ରିଲିଜ ହେବ ତାହା ଘୋଷଣା ହୋଇନାହିଁ। ପୋଷ୍ଟର ଦେଖି ଫ୍ଯାନ ମଧ୍ୟବେଶ ଉତ୍ସାହିତ ରହିଛନ୍ତି। ଏହା ବ୍ଯତୀତ ଏଥିରେ ଦିଲଜିତ ଦୋସାଞ୍ଜ, ସୋନମ ବାଜୱା ମଧ୍ୟ ମୁଖ୍ଯ ଭୂମିକାରେ ରହିଛନ୍ତି।

ସୂଚନାଯୋଗ୍ଯ, ସିଦ୍ଧାର୍ଥ ଶୁଳ୍କ ବିଗବସ୍ ୧୩ର ବିଜେତା ରହିଥିଲେ। ସେପ୍ଟେମ୍ବର ୨ ତାରିଖରେ ହାର୍ଟଆଟାକର ତାଙ୍କର ମୃତ୍ଯୁ ହୋଇଥିଲା। ବିଗବସ୍ ହାଉସରେ ଶୋହନାଜଙ୍କ ସହିତ ତାଙ୍କ କେମେଷ୍ଟ୍ରିକୁ ଲୋକେ ବହୁତ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.