ଝିଅ ସମିଶା ସହ ଶିଳ୍ପା ସେୟାର କଲେ ଏକ ସୁନ୍ଦର ଭିଡିଓ, ଯାହାକୁ ଦେଖି ଫ୍ୟାନ୍ସମାନେ ବି କରୁଛନ୍ତି ତାରିଫ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଖୁବ ଆକ୍ଟିଭ ରୁହନ୍ତି । କିନ୍ତୁ ସ୍ୱାମୀ ରାଜ କୁନ୍ଦ୍ରା ପୋନୋଗ୍ରାଫି କେଶରେ ଫସିବା ପରେ ମଝିରେ କିଛି ଦିନ ପାଇଁ ଇନ୍ଷ୍ଟଗ୍ରାମ ଠାରୁ ଦୁରେଇ ରହିଥିଲେ ଶିଳ୍ପା । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଥରେ ସୋସିଆଲ ମିଡିଆରେ ଧୀରେ ଧୀରେ ସକ୍ରିୟ ହୋଉଛନ୍ତି ୟୋଗାକୁଇନ । ଆଉ ନିଜ ଫଟୋ, ଭିଡିଓ ଗୁଡିକୁ ସେୟାର କରିବାରେ ଲାଗି ପଡିଛନ୍ତି । ଆଉ ଏବେ ଝିଅ ସମିଶା ସହିତ ଇନ୍ଷ୍ଟରାଗ୍ରାମରେ ଏକ ସୁନ୍ଦର ଭିଡିଓ ଅପଲୋଡ଼ କରିଛନ୍ତି । ଏହାକୁ ଫ୍ୟାନ୍ସ ମାନେ ବି ଖୁବ ପସନ୍ଦ କରିଥିବା ଦେଖାଦେଇଛି । ଭିଡିଓଟିରେ ଆପଣ ଦେଖିପାରିବେ ଉଭୟ ମା ଝିଅ ମ୍ୟାଚିଙ୍ଗ ଡ୍ରେସ ପିନ୍ଧିଛନ୍ତି । ଶିଳ୍ପା ଝିଅକୁ କୋଳକୁ ନେବା ସହ ତାକୁ ଗେଲ କରୁଛନ୍ତି । ଆଉ ତା ସହିତ ଖୁବ ମଜାର ସହ ଖେଳୁଛନ୍ତି । ପୁରା ଭିଡିଓରେ ଉଭୟେ ଖୁବ ଖୁସିଥିବା ନଜର ଆସୁଛନ୍ତି । ଶିଳ୍ପାଙ୍କ ଆଗାମୀ ଫିଲ୍ମ ନିକମାର ସହ କଳାକାର ଅଭିମନ୍ୟୁ ଦଶନି ଭିଡିଓ ଉପରେ ଏକ ଇମୋଜୀ ପୋଷ୍ଟ କରି ନିଜ ପ୍ରେମ ଜାହିର କରିଛନ୍ତି । ଯେବେକି ଅନ୍ୟ ପ୍ରଶଂସଙ୍କ ମାନେ ବି ନିଜ ନିଜ ପ୍ରେମ ଜାହିର କରିଛନ୍ତି । ଜଣେ ୟୁଜର ମା-ଝିଅଙ୍କ ସମ୍ପର୍କକୁ ଖୁବ ସୁନ୍ଦର ବୋଲି ଲେଖିଛନ୍ତି ।

 

 

ଏହା ପୂର୍ବରୁ ଡଟର୍ସ ଡ଼େ ଅବସରରେ ସମିଶାଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ । ଶ୍ରୀ ଗଣେଶଙ୍କ ଆରତୀ କରୁଥିବା ବେଳର ଏହି ଭିଡିଓଟି । ମା ଝିଅଙ୍କର ଏହି ଭିଡିଓକୁ ବି ସମସ୍ତେ ଖୁବ ପସନ୍ଦ କରିଥିବା ଜଣାଯାଇଛି । ଭିଡିଓର କ୍ୟାପ୍ସନରେ ସେ ଲେଖିଛନ୍ତି କି ହାପି ଡଟର୍ସ ଡ଼େ ଆମ ପାଇଁ, ମୋ ଝିଅ ପାଇଁ ଓ ସମସ୍ତଙ୍କ ପାଇଁ | ମୋତେ ମା ଭାବରେ ବାଛିଥିବାରୁ ସମିଶାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଆଉ ମୁଁ ତୁମକୁ କଥା ଦେଉଛିକି ଆମେ ତ ପ୍ରଥମରୁ ମା-ଝିଅ ଭାବେ ରହିଆସିଛୁ | କିନ୍ତୁ ଆଗକୁ ମୁଁ ତୁମର ଜଣେ ଭଲ ବନ୍ଧୁ ଭାବେ ମଧ୍ୟ ନିଜକୁ ସାବ୍ୟସ୍ଥ କରିବି । ମୁଁ ତୁମକୁ ଖୁବ ଭଲ ପାଏ । ଖାଲି ସେତିକି ନୁହେଁ ଝିଅ ସମିଶା ଓ ପୁଅ ବିହାନର ହେଲଦି ୱାର୍କ ଆଉଟର ଏକ ଭିଡିଓ ବି ପୋଷ୍ଟ କରିଥିଲେ ଶିଳ୍ପା । ପିଲାଙ୍କ ହେଲଦି ଡାଏଟ, ନିଜକୁ ଫିଟ ରଖିବା, ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣକୁ ଆଣିବାକୁ ନେଇ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଶିଳ୍ପା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.