ବୋହୂ ସାଜିବେ ସିଙ୍ଘମ ଫେମ୍ ଅଭିନେତ୍ରୀ କାଜଲ, ୩୦ ଅକ୍ଟୋବରରେ କରିବେ ବିବାହ

ସିଙ୍ଘମ ଫେମ୍ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କାଜଲଙ୍କ ପରିବାର ଲୋକ ତାଙ୍କ ପାଇଁ ବର ଖୋଜିବାରେ ଲାଗିପଡିଥିଲେ। ଏବେ ତାଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ ବରପାତ୍ର ମିଳିଯାଇଛନ୍ତି। ତେଣୁ ଖୁବଶୀଘ୍ର କାଜଲ ବିବାହ କରିପାରନ୍ତି ବୋଲି ଖବର ମିଳିଛି। କାଜଲ ନିଜେ ସୋସିଆଲ ମିଡିଆରେ ଏହି ଖୁସି ନିଜ ଫ୍ୟାନଙ୍କ ସହିତ ଜଣାଇଛନ୍ତି।
ସୂଚନା ମୁତାବକ, କାଜଲ ଅଗ୍ରଓ୍ଵାଲ ବିଜନେସମ୍ୟାନ ଗୌତମ କିଚଲୁଙ୍କ ସହିତ ବିବାହ କରିବେ। ସେ ଇନଷ୍ଟାଗ୍ରାମରେ ଏହି ଖୁସିଖବର ସେୟାର କରିଛନ୍ତି। କାଜଲ ଏହି ପୋଷ୍ଟରେ ବିବାହ ତାରିଖ ମଧ୍ୟ କହିଛନ୍ତି। ୩୦ ଅକ୍ଟୋବରରେ ମୁମ୍ବାଇରେ ବାହାଘର ହେବ ବୋଲି ଜଣାପଡିଛି। କରୋନା ଯୋଗୁଁ ବିବାହ ଉତ୍ସବରେ କେବଳ ପରିବାର ଲୋକ ହିଁ ସାମିଲ ହେବେ।
ଗତ ୧୬ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି କାଜଲ। ଫିଲ୍ମ ‘କ୍ୟୁୟୁଁ ହୋ ଗେୟା ନା’ରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ। ଏହାପରେ ସେ ସାଉଥ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ। ସେ ସାଉଥରେ ଜଣାଶୁଣା ଅଭିନେତ୍ରୀ। ବଲିଉଡରେ ସିଙ୍ଘମ ଛଡା କାଜଲ ସ୍ପେଶାଲ ୨୬, ଦୋ ଲଫ୍ଜ ଭଳି ଫିଲ୍ମରେ କାମ କରିସାରିଛନ୍ତି।