ବିଗ୍‌ବସ୍‌ ୧୪ରେ ସାମିଲ ହେବେ ଗୌତମ ଗୁଲାଟୀ, ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ମିଶି ଅନ୍ୟ ପ୍ରତିଯୋଗୀଙ୍କର ନେବେ କ୍ଲାସ୍‌

ଟିଭିର ସବୁଠୁ ବିବାଦୀୟ ରିୟାଲିଟି ଶୋ’ ବିଗବସ୍‌ ୮ର ବିଜେତା ଅଭିନେତା ଗୌତମ ଗୁଲାଟୀ ବିଗ୍‌ବସ୍‌ ୧୪ ଘରେ ଏଣ୍ଟ୍ରି କରିବେ। ଗତ ବର୍ଷ ମଧ୍ୟ ସେ ବିଗ୍‌ବସ୍‌ ୧୩ ଘରେ ଏଣ୍ଟ୍ରି କରି ଚର୍ଚ୍ଚାକୁ ଆସିଥିଲେ। ଚଳିତଥର ବି ସେ ସେ ଘରକୁ ଅତିଥିଭାବେ ଆସିବେ। ସେ ସିଦ୍ଧାର୍ଥ ଶୁକ୍ଳା, ଗୌହର ଖାନ୍‌ ଓ ହିନା ଖାନ୍‌ଙ୍କ ଭଳି ଚଳିତଥର ପ୍ରତିଯୋଗୀଙ୍କୁ ପରାମର୍ଶ ଦେଉଥିବା ନଜର ଆସିବେ।

ମିଳିଥିବା ସୂଚନା ମୁତାବକ ଗୌତମ ଗୁଲାଟୀ ବିଗ୍‌ବସ୍‌ ୧୪ର ଅଂଶ ହେବେ। ଶୋ’ରେ ସାମିଲ ହେବା ପାଇଁ ଗୌତମ ବି ଗ୍ରୀନ୍‌ ସିଗନାଲ ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ଘରେ ପ୍ରବେଶ କରିବେ। ପୂର୍ବରୁ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ଵଣ୍ଟେଡ୍‌ ଭାଇ’ର ସୁଟିଂ ପାଇଁ ଗୌତମ ବିଗ୍‌ବସ୍‌ରେ ଭାଗ ନେବାକୁ ମନା କରୁଥିଲେ। କିନ୍ତୁ ଏବେ ସେ ଶୋ’ରେ ଆସିବାକୁ ହଁ କହିଛନ୍ତି।

Gautam

ସୂଚନାଯୋଗ୍ୟ ଯେ ଚଳିତମାସ ୩ ତାରିଖରୁ ଆରମ୍ଭ ହୋଇଛି ବିଗ୍‌ବସ୍‌ ୧୪। ଚଳିତଥର ଶୋ’ରେ ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ରାଧେ ମା’। ତାଙ୍କ ବ୍ୟତୀତ ଶୋ’ରେ ଏଥରକ କୁମାର ସାନୁଙ୍କ ପୁଅ ଜାନ୍‌ କୁମାର ସାନୁ, ଛୋଟି ବୋହୂର ଅଭିନେତ୍ରୀ ରୁବିନା ଦିଲାଇକ୍‌, ଅଭିନବ ଶୁକ୍ଳା, ଏଜାଜ୍‌ ଖାନ୍‌, ଜସ୍ମିନ୍‌ ଭାସିନ୍‌, ନିଶାନ୍ତ ସିଂହ ମାଲକାନି, ପବିତ୍ରା ପୁନିଆ, ନିକି ତମ୍ବୋଲି, ସାରା ଗୁରୁପାଲ, ରାହୁଲ ବୈଦ୍ୟ, ଶେହଜାଦ୍‌ ଦେଓ୍ଵଲ ପ୍ରମୁଖ ବିଗ୍‌ବସ୍‌ ହାଉସ୍‌ରେ ପ୍ରବେଶ କରିଛନ୍ତି।