ଜୁବିନ୍‌ ନୌଟିୟାଲଙ୍କୁ ଗିରଫ କରିବାକୁ ଜୋରଦାର ଦାବି, ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି #ArrestJubinNautiyal

ହିନ୍ଦୀ ସିନେମା ଜଗତର ସବୁଠୁ ଦମ୍‌ଦାର କଣ୍ଠଶିଳ୍ପୀଙ୍କ ନାଁ ଚର୍ଚ୍ଚାକୁ ଆସିଲେ ଜୁବିନ୍‌ ନୌଟିୟାଲଙ୍କ କଥା ନିହାତି ଉଠେ। ତେବେ ଇତି ମଧ୍ୟରେ ଜୁବିନ୍‌ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ଜୁବିନ୍‌ ନୌଟିୟାଲଙ୍କୁ ଗିରଫ କରିବା ପାଇଁ ଦାବି ଜୋର ଧରିଛି। ଏଣୁ ଏବେ ଟ୍ଵିଟରରେ ହାସ୍‌ଟ୍ୟାଗ୍‌ ଆରେଷ୍ଟ ଜୁବିନ୍‌ ନୌଟିୟାଲ ଟ୍ରେଣ୍ଡ୍‌ କରୁଛି। ଏହା ପଛର କାରଣ ହେଉଛି ଜୁବିନ୍‌ ଜୟ ସିଂହ ନାମକ ବ୍ୟକ୍ତିଙ୍କ ମ୍ୟୁଜିକ କନ୍‌ସର୍ଟ କରିଛନ୍ତି।

ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ଜୁବିନ୍‌ ନୌଟିୟାଲଙ୍କ ଅପ୍‌କମିଂ ମ୍ୟୁଜିକ କନ୍‌ସର୍ଟର ଏକ ପୋଷ୍ଟର ସାମ୍ନାକୁ ଆସିଛି। ଏହି ପୋଷ୍ଟରରେ ଶୋ’କୁ ଯିଏ ଅର୍ଗାନାଇଜ୍‌ କରୁଛନ୍ତି ତାଙ୍କ ନାଁ ଜୟ ସିଂହ ଲେଖାଯାଇଛି। ଏହି ବ୍ୟକ୍ତିଙ୍କୁ ନେଇ ସବୁ ବିବାଦ ଆରମ୍ଭ ହୋଇଛି। କେତେକ ସୋସିଆଲ ମିଡିଆ ୟୁଜର ଦାବି କରୁଛନ୍ତି ଯେ ଜୟ ସିଂହ ହେଉଛନ୍ତି ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ କ୍ରିମିନାଲ।

ସେହିପରି ଆଉ କିଛି ୟୁଜର ଦାବି କରିଛନ୍ତି ଯେ ଜୟ ସିଂହଙ୍କ ପ୍ରକୃତ ନାମ ହେଉଛି ରେହାନ ସିଦ୍ଦିକି। ଜୟ ସିଂହ ନାମକ ଏହି ବ୍ୟକ୍ତି ଡ୍ରଗ୍ସ ଚୋରାଚାଲାଣଠାରୁ ଆରମ୍ଭ କରି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ସହ ଜଡ଼ିତ ଅଛି। ଏଭଳି ଅନେକ ସାଂଘାତିକ ଅଭିଯୋଗ ଜୟ ସିଂହ ବିରୋଧରେ ଆସିଛି। ଏହି କାରଣରୁ ପୋଲିସ ଏହି ଅପରାଧୀକୁ ୩୦ ବର୍ଷ ଧରି ଖୋଜୁଛି। ଏଭଳି ସ୍ଥିତିରେ ଏହି ବ୍ୟକ୍ତିଙ୍କ ମ୍ୟୁଜିକ କନସର୍ଟ କରୁଥିବାରୁ ସୋସିଆଲ ମିଡିଆ ୟୁଜର ଜୁବିନ୍‌ଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏଥିସହ ସୋସିଆଲ ମିଡିଆରେ ହାସ୍‌ଟ୍ୟାଗ୍‌ ଆରେଷ୍ଟ ଜୁବିନ୍‌ ନୌଟିୟାଲ ଟ୍ରେଣ୍ଡ୍‌ କରୁଛି।

Also Read: ମିଥୁନ ଓ କର୍କଟ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଅନ୍ୟମାନଙ୍କ ଭାଗ୍ୟଫଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.