ଦୁର୍ଘଟଣାରେ କଟିଯାଇଥିବା ଯୁବକଙ୍କୁ ନୂଆ ଗୋଡ଼ ଦେବେ ସୋନୁ ସୁଦ୍, ଟ୍ଵିଟ୍ କରି ନିଜେ ଦେଲେ ସୂଚନା
ବଲିଉଡ୍ ଆକ୍ଟର ସୋନୁ ସୁଦ୍ ଦୀର୍ଘଦିନ ଧରି ଅସହାୟଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଗରିବଙ୍କ ପାଇଁ ସେ ଭଗବାନ ପାଲଟିଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିଦିନ ସୋନୁ ଗରିବ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି। ନିକଟରେ ସୋନୁଙ୍କ ଯୋଗୁ ଜଣେ ଯୁବକଙ୍କୁ ନୂଆ ଗୋଡ଼ ମିଳିବାକୁ ଯାଉଛି।
ଜଣେ ଯୁବକ ଟ୍ଵିଟ୍ କରି ଲେଖିଛନ୍ତି ‘ସୋନୁ ସୁଦ୍ ସାର ମୋ ନାଁ ଦିନେଶ ମଣିକାନ୍ତା ଓ ମୁଁ ୨୦ ବର୍ଷର। ମୁଁ ଆପଣଙ୍କ ସାହାଯ୍ୟ ଚାହୁଁଛି। ଦୁର୍ଘଟଣାରେ ମୁଁ ବାମ ଗୋଡ଼ର ଆଣ୍ଠୁଠୁ ତଳକୁ ହରାଇ ସାରିଛି। ଡାକ୍ତରମାନେ ଆର୍ଟିଫିସିଆଲ ଗୋଡ଼ ଲଗାଇବାକୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି। ମୋ ବାପା ଜଣେ ଦରଜୀ। ଦୟା କରନ୍ତୁ’।
You are getting a new leg this week, inform your parents . 🙏 https://t.co/umV1hMOh23
— sonu sood (@SonuSood) September 18, 2020
ଏହାର ଉତ୍ତର ଦେଇ ସୋନୁ ସୁଦ୍ କହିଛନ୍ତି ‘ଆପଣଙ୍କୁ ଏହି ସପ୍ତାହରେ ନୂଆ ଗୋଡ଼ ମିଳିଯିବ। ଆପଣଙ୍କ ମା’ ବାପାଙ୍କୁ କହିଦେବେ’। ସୋନୁଙ୍କ ଏହି ସାହାଯ୍ୟ ପରେ ଦିନେଶ ପୁଣିଥରେ ନିଜ ଗୋଡ଼ରେ ନିଜେ ଚାଲିପାରିବେ। ଏହି ରିପ୍ଲାଏ ପରେ ସୋନୁ ସୁଦ୍ଙ୍କୁ ଲୋକମାନେ ଭଗବାନ କହୁଛନ୍ତି। ସବୁଆଡ଼େ କେବଳ ସୋନୁଙ୍କୁ ପ୍ରଶଂସା କରାଯାଉଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ନିକଟରେ ସୋନୁ ପିଲାଙ୍କୁ ସ୍କଲାରସିପ୍ ଦେବାକୁ ଏକ କାର୍ଯ୍ୟକ୍ରମ ବି ଆୟୋଜନ କରିଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।