କୋଏମ୍ବାଟୁରରେ ଖୋଲିଲା ଅକ୍ସିଜେନ କେନ୍ଦ୍ର, ସୋନୁ ସୁଦଙ୍କ ଫାଉଣ୍ଡେସନ ନେଲା ଏମିତି ପଦକ୍ଷେପ

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଚାରିଟି ସଂସ୍ଥା ସୋନୁ ସୁଦ ଫାଉଣ୍ଡେସନ ଏବଂ Swag ERT ତରଫରୁ କୋଏମ୍ୱାଟୁରରେ ତତ୍କାଳ ଅକ୍ସିଜେନ୍ କେନ୍ଦ୍ର ଖୋଲିଛି । ଏହି କେନ୍ଦ୍ରଟି କେବଳ ଅଭାବୀ ତଥା ଯେଉଁମାନଙ୍କର ଅକ୍ସିଜେନ ଦରକାର ସେମାନଙ୍କୁ ମାଗଣାରେ ଯୋଗାଇଦେବ । ଚିକିତ୍ସା ସମୟରେ ଯେଉଁମାନଙ୍କର ଅକ୍ସିଜେନ ନିହାତି ଆବଶ୍ୟକ ରହିଛି ସେମାନେ ଗୋଟିଏ କଲ୍ କଲେ ସଂଗେ ସଂଗେ ଅମ୍ଲଜାନ ପହଞ୍ଚାଇଦିଆଯିବ ।

ଏଥିପାଇଁ ଗୋଟିଏ ତାମିଲନାଡୁର(706999996) ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି । କୋଏମ୍ବାଟୁରର ପ୍ରତିଷ୍ଠା ହୋଇଥିବା ଏହି ଅମ୍ଳଜାନ କେନ୍ଦ୍ରର କର୍ମଚାରୀମାନେ କେଉଁମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ ସେନେଇ ନିଜେ ନିଷ୍ପତ୍ତି ନେବେ । ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନେ Swag ERT ସିଲିଣ୍ଡର ନେବେ ଏବଂ ପରବର୍ତ୍ତୀ ସମୟରେ ଖାଲିଟିକୁ ଫେରସ୍ତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.