Below header

ବର୍ଷା ହେବାର ଆଗୁଆ ସୂଚନା ଦେଇଥାଏ ଏହି ମନ୍ଦିର, ଆଜି ବି ରହସ୍ୟମୟ ହୋଇ ରହିଛି ଏହାର କାରଣ

ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏମିତି ଏକ ମନ୍ଦିର ଅଛି, ଯାହାର ଛାତରୁ ଡହ ଡହ ଖରାରେ ବି ପାଣି ପଡିଥାଏ । ବର୍ଷା ଆରମ୍ଭ ହେବା ମାତ୍ରେ ଏହି ପାଣି ପଡିବା ଆପେ ଆପେ ବନ୍ଦ ହୋଇଯାଏ । ଏହି ମନ୍ଦିରଟି ୟୁପିର ଶିଳ୍ପାଞ୍ଚଳ ଭାବେ ଜଣା କାନପୁର ଜିଲ୍ଲାର ଭିତରଗଂଜ ଅଂଚଳ ଠାରୁ ଠିକ ତିନି କିଲୋମିଟର ଦୂରରେ ଅବସ୍ଥିତ ବେହତା ଗାଁରେ ଅବସ୍ଥିତ । ଏହି ପ୍ରାଚୀନ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ପୂଜା କରାଯାଇଥାଏ ।  ଏହା ପୂର୍ବରୁ ଅନେକ ଥର ଦେଶ ବିଦେଶର ଅନେକ ବୈଜ୍ଞାନିକ ଓ ପ୍ରତ୍ନତତ୍ତ୍ୱବିଦ ମାନେ ରହସ୍ୟମୟ ଭାବରେ ମନ୍ଦିରରୁ ପଡୁଥିବା ପାଣି ବୁନ୍ଦା ବିଷୟରେ ଅନେକ ତର୍ଜମା କରିସାରିଲେଣି । କିନ୍ତୁ ଶତାବ୍ଦୀ ପରେ ଶତାବ୍ଦୀ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମନ୍ଦିରର ଛାତରୁ ବୁନ୍ଦା ବୁନ୍ଦା ହୋଇ ପାଣି ପଡ଼ିବାର ରହସ୍ୟ କେହି ଜାଣିପାରିନାହାନ୍ତି ।

new temple

ଏହି ମନ୍ଦିରର ଇତିହାସ ୫୦୦୦ ବର୍ଷ ପୁରୁଣା । ଶ୍ରୀ ମନ୍ଦିର ପରି ଏହି ମନ୍ଦିରରେ ଭଗବାନ ଜଗନ୍ନାଥ , ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ବିରାଜମାନ ଅଛନ୍ତି । ଏମାନଙ୍କ ବ୍ୟତୀତ ମନ୍ଦିରରେ ପଦ୍ମନାଭମଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ମନ୍ଦିର ଛାତରୁ ପଡିବା ଦେଖିଲେ ସେମାନେ ସୂଚନା ପାଇଯାଆନ୍ତିକି, ଖୁବ ଶୀଘ୍ର ମୌସୁମୀ ଆସିବାର ଅଛି । ଏହି ପାଣି ବୁନ୍ଦା ହିସାବରେ ହିଁ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରଖାଯାଇଛି । ଯେଉଁବର୍ଷ ମନ୍ଦିର ଚୂଡ଼ାରୁ କମ ବୁନ୍ଦା ପଡିଥାଏ ଜଣାପଡେ ଯେ ଏଥର ବର୍ଷାର ପରିମାଣ କମ ହେବ । ଠିକ ସେମିତି ଯେଉଁ ଥର ବୁନ୍ଦାର ପରିମାଣ ଅଧିକ ରୁହେ ସେଥର ପ୍ରଚୁର ବର୍ଷା ହେବ ବୋଲି ଧରିନିଆଯାଏ । ମନ୍ଦିର ପୁରୋହିତଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ବର୍ଷାର ପରିମାଣ କିଛିଟା କମ ଅଛି । ଏଣୁ ଏଥର ବର୍ଷା କମ ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସମୟରେ ଏହି ଜଗନ୍ନାଥ ମନ୍ଦିର ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରହିଛି । ପ୍ରତ୍ନତତ୍ତ୍ୱ ଅଧିକାରୀଙ୍କ କହିବା ଅନୁଯାୟୀ ଏକାଦଶ ଶତାବ୍ଦୀରେ ଏହି ମନ୍ଦିରର ନବୀକରଣ କରାଯାଇଥିଲା । ଓଡ଼ିଶାର ପୁରୀରେ ଯେପରି ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଠିକ ସେହିପରି ଏଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.