ସୋନୁ ସୁଦଙ୍କୁ ଭିଡିଓ ଗେମ୍‌ ମାଗିଥିବା ଛାତ୍ରଙ୍କୁ ଆକ୍ଟର ଦେଲେ ଏମିତି ଜବାବ ଯାହା ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଦେଶରେ କରୋନା ଭାଇରସ ଲକଡାଉନ ଆରମ୍ଭ ହେବା ପର ଠାରୁ ହିଁ ଅଭିନେତା ସୋନୁ ସୁଦ ଚର୍ଚ୍ଚାରେ ଅଛନ୍ତି। ଲକଡାଉନରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କୁ ତାଙ୍କ ଘରେ ପହଁଚାଇଛନ୍ତି। ଏହା ସହିତ ଅଭାବୀ ଲୋକଙ୍କୁ ବହୁତ ପ୍ରକାର ସାହାଯ୍ୟ କରିଛନ୍ତି। ନିଜେ ଏକ ଟିମ୍‌ ଗଠନ କରି ଲୋକଙ୍କ ସୁଖ ଦୁଃଖ ପଚାରି ବୁଝୁଛନ୍ତି ଅଭିନେତା ସୋନୁ ସୁଦ। ତେବେ ବହୁତ ଲୋକ ତାଙ୍କୁ ସୋସିଆଲ ମିଡିଆ ଜରିରେ ସାହାଯ୍ୟ ଭିକ୍ଷା କରୁଛନ୍ତି। ଆଉ ସୋନୁ ମଧ୍ୟ ସେମାନଙ୍କ ଭଲ ମନ୍ଦ ବୁଝି ତାଙ୍କୁ ସାହାଯ୍ୟ କରୁଛନ୍ତି।

sonuଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୋନୁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଅଛନ୍ତି। ଆଉ ସେ ପାଖାପାଖି ଏକ ଟନ୍‌ ରିକ୍ୱେଷ୍ଟର ଜବାବ ଦେଇଛନ୍ତି। ଯିଏ ତାଙ୍କୁ ସାହାଯ୍ୟ ଭିକ୍ଷା କରୁଛନ୍ତି ସେ ତାଙ୍କୁ ନିହାତି ଆଶ୍ୱାସନା ଦେଉଛନ୍ତି। ତେବେ କିଛି ଲୋକ ତାଙ୍କୁ ବହୁତ ଅଜବ ଡିମାଣ୍ଡ ମଧ୍ୟ କରୁଛନ୍ତି।

ଟ୍ଵିଟରରେ ଜଣେ ପିଲା ସୋନୁ ସୁଦଙ୍କୁ ବହୁତ ଅଜବ ଡିମାଣ୍ଡ କରିଛନ୍ତି। ଯାହାକୁ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାଟି ସୋନୁଙ୍କୁ ବହୁତ ଅଜବ ଡିମାଣ୍ଡ କରିଛନ୍ତି, ଯେଉଁଥିରେ ଅଭିନେତା ଜଣଙ୍କ ବହୁତ ବଢ଼ିଆ ଉତ୍ତର ଦେଇଛନ୍ତି। ଟ୍ଵିଟରରେ ଭିଡିଓ ଗେମର ରିକ୍ୱେଷ୍ଟ କରିଥିବା ଏହି ପିଲାର ବାୟୋରେ ଜଣାପଡୁଛି ଯେ ପିଲାଟି ଦଶମ ଶ୍ରେଣୀର ଛାତ୍ର। ଆଉ ଅଭିନେତାଙ୍କୁ ପିଲାଟି ଟ୍ଵିଟ କରି ଲେଖିଛନ୍ତି, ‘ପ୍ଲିଜ ସାର, ଆପଣ ମୋତେ ପିଏସ ୪ ଦେଇପାରିବେ। ମୋ ସାଙ୍ଗମାନେ ସମସ୍ତେ ଗେମ ଖେଳି ଲକଡାଉନର ଆନନ୍ଦ ଉଠାଉଛନ୍ତି।

sonuତେବେ ପିଲାଟିର ଏହି ରିକ୍ୱେଷ୍ଟକୁ ଅସ୍ୱିକାର ନ କରି ଉତ୍ତରରେ ବହି ପଠାଉଛି ବୋଲି କହିଛନ୍ତି। ଯଦି ଆପଣଙ୍କ ପାଖରେ PS୪ ନାହିଁ ତାହେଲେ ଆପଣ ଧନ୍ୟ। କିଛି ବହି ସଂଗ୍ରହ କରନ୍ତୁ ଆଉ ପଢ଼ନ୍ତୁ। ନଚେତ ମୁଁ ଆପଣଙ୍କୁ ବହି ପଠଉଛି। ସୋନୁ ସୁଦଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସେ ଏହି ଟ୍ଵିଟରକୁ ୬ ଅଗଷ୍ଟରେ ପୋଷ୍ଟ କରିଥିଲେ। ଏବେ ପର୍ଯ୍ୟନ୍ତ ଏହି ଟ୍ଵିଟକୁ ୩୭ ହଜାରରୁ ଅଧିକ ଲାଇକ୍‌ ମିଳିବା ସହିତ ହଜାର ହଜାର କମେଣ୍ଟ ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.