ରାତ୍ରୀକାଳୀନ କର୍ଫ୍ୟୁରେ ବଢୁଛି ବୁଲା କୁକୁରଙ୍କ ଉତ୍ପାତ, ଫେଲ ମାରିଛି କି ବିଏମସିର ବନ୍ଧ୍ୟାକରଣ ଯୋଜନା ?

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ରାତି ବଢିଲେ ବଢୁଛି ବୁଲା କୁକୁରଙ୍କ ଉତ୍ପାତ। ଗଳି ଗଳିରେ ଦଳ ଦଳ କୁକୁରଙ୍କ ହିଂସ୍ରପଣ ଏବେ କୋକୁଆ ଭୟ ସୃଷ୍ଟି କରୁଛି ରାଜଧାନୀବାସୀଙ୍କ ମଧ୍ୟରେ। ବିଳମ୍ବିତ ରାତିରେ ଘରକୁ ଫେରୁଥିବା ପୋଲିସ କର୍ମଚାରୀ, ହସ୍ପିଟାଲ କର୍ମଚାରୀ କିମ୍ବା ଗଣମାଧ୍ୟମ ପ୍ରତିନିଧି ଏହି କୁକୁର ମାନଙ୍କ ଦୌରାତ୍ମ୍ୟର ଶିକାର ହେବାକୁ ପଡୁଛି । ପ୍ରତି ଗଳିକନ୍ଦିର କୁକୁର ରାତି ୧୦ଟା ପରେ ଆକ୍ରମଣାତ୍ମକ ହୋଇଉଠୁଛନ୍ତି। ରାସ୍ତାରେ ଯେଉଁ ଗାଡିବି ଯାଉ ତାକୁ ଦେଖି ଭୁକିବା ସହ ପଛରେ କାମୁଡିବା ପାଇଁ ମଧ୍ୟ ଗୋଡାଉଛନ୍ତି। ଯାହା ଫଳରେ ବିଳମ୍ବିତ ରାତିରେ ଫେରୁଥିବା  ଅନେକ କର୍ମଚାରୀ ରାସ୍ତାରେ ଭୟର ସହ ଫେରୁଛନ୍ତି।

ଯେହେତୁ ରାତି ୯ଟା ପରେ  ରାତ୍ରୀକାଳୀନ କର୍ଫ୍ୟୁ  ଆରମ୍ଭ ହେଉଛି ତେଣୁ ପ୍ରତ୍ୟେକ ରାସ୍ତା ଜନଶୂନ୍ୟ ହେଇଯାଇଛି। ଯାହା ଫଳରେ ରାସ୍ତାରେ ଗୁରୁତ୍ବପୂର୍ଣ୍ଣ କାମ କିମ୍ବା ଅଫିସରୁ ଘରୁକୁ ଫେରୁଥିବା କରୋନା ଯୋଦ୍ଧାଙ୍କୁ ଦେଖିଲେ ଚୋର ଡକାୟତ ଭାବି ସେମାନଙ୍କୁ ଆକ୍ରମଣ କରିବା  ପାଇଁ ଗୋଡାଉଛନ୍ତି। ଅନେକ ଲୋକ ଏମାନଙ୍କର ମଧ୍ୟ ଶିକାର ହେଲେଣି, କିନ୍ତୁ ଘଟଣା କେବେ ପ୍ରଘଟ ହେଉନାହିଁ।

 ତେବେ ମ୍ୟୁନିସପାଲିଟିର କୁକୁରଙ୍କ ବନ୍ଧ୍ୟାକରଣ ଯୋଜନା ଫେଲ ମାରିଥିବାରୁ ରାଜଧାନୀରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇ ଏଭଳି ଘଟଣା ଘଟୁଥିବା ଏକ ପ୍ରମୁଖ କାରଣ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି। କିନ୍ତୁ ରାତ୍ରୀ ସମୟରେ ଯଦି କୁକୁରମାନଙ୍କ ଏପରି ଉତ୍ପାତ ଚାଲେ ତେବେ ଗୁରୁତର ରୋଗୀ ହେଉ କିମ୍ବା କୌଣସି ଜରୁରୀ କାମରେ ଘରୁ ବାହାରୁଥିବା ଲୋକେ କିଭଳି ସୁରକ୍ଷିତରେ ଗନ୍ତବ୍ୟ ସ୍ତଳରେ ପହଞ୍ଚିବେ ତାକୁ ନେଇ ଶଙ୍କା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.