Below header

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ଵାର୍ଡ

ରଜନୀଙ୍କୁ ସମ୍ମାନ। ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ୫୧ତମ ଦାଦା ସାହେବ ଫାଲକେ ଆଓ୍ବାର୍ଡ । ଗୁରୁବାର ଦିନ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏହାକୁ ନେଇ ଘୋଷଣା କରିଛନ୍ତି ।ଏହି ଦାଦା ସାହେବ ଫାଲକେ କୁ ଭାରତୀୟ ସିନେମାରେ ସବୁଠାରୁ ପ୍ରତିଷ୍ଠିତ ପୁରଷ୍କାର ବୋଲି ଧରାଯାଏ।

ଏକ ସାମ୍ବାଦିକ ସମ୍ମିଳନୀରେ ଜାବଡେକର କହିଛନ୍ତି, ଦେଶର ସବୁ ପ୍ରାନ୍ତର ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଗାୟକ, ସଙ୍ଗୀତକାରଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ ମିଳୁଥିବାରୁ ଆମେ ବହୁତ ଖୁସି। ଚଳିତ ବର୍ଷର ଦାଦା ସାହେବ ଫାଲକେ ଆଓ୍ବାର୍ଡ ପାଇଁ ମହାନ୍ ଅଭିନେତା ରଜନୀକାନ୍ତଙ୍କ ନାଁ ଘୋଷଣା କରି ଆମେ ବହୁତ ଖୁସି ହୋଇଛୁ । ରଜନୀକାନ୍ତ ଗତ ୫ ଦଶନ୍ଧି ଧରି ସିନେମା ଜଗତରେ ରାଜ୍ କରିବା ସହ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି ।

ଏଥି ଯୋଗୁଁ ଚଳିତ ବର୍ଷ ଦାଦା ସାହେବ ଫାଲକେର ୫ ଜଣ ଜୁରୀ ରଜନୀକାନ୍ତଙ୍କୁ ଏହି ଆଓ୍ବାର୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଜୁରୀଙ୍କ ମଧ୍ୟରେ ଆଶା ଭୋସଲେ, ମୋହନଲାଲ, ବିଶ୍ୱଜିତ, ଶଙ୍କର ମହାଦେବ ଏବଂ ସୁଭାଷ ଘଇ ଭଳି କଳାକାର ସାମିଲ ରହି ଏହି ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.