ଡୋନେସନ୍‌ ଦେଇ ଚର୍ଚ୍ଚାରେ ସାଉଥ ଷ୍ଟାର ବିଜୟ, ଦାନରେ ଦେଲେ ୧ କୋଟି

ଅଭିନେତା ତଥା ରାଜନେତା ବିଜୟ ନାଦିଗର ସଙ୍ଗମ ଭବନ ନିର୍ମାଣରେ ସହାୟତା ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି । ତେବେ ନିକଟରେ ଏକ ପୋଷ୍ଟ ମାଧ୍ୟମରେ ଦାନ ପାଇଁ ଆସୋସିଏସନ ବିଜୟଙ୍କୁ ଧନ୍ୟବାଦ ଜଣାଇଛି ।

ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କୁ କିଏ ବା ନଜାଣେ । ସେ ତାଙ୍କ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନରେ ଘର କରି ରହିଛନ୍ତି । ଅଭିନେତା ତଥା ରାଜନେତା ବିଜୟ ନାଦିଗର ସଙ୍ଗମ ଭବନ ନିର୍ମାଣରେ ସହାୟତା ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି । ତେବେ ନିକଟରେ ଏକ ପୋଷ୍ଟ ମାଧ୍ୟମରେ ଦାନ ପାଇଁ ଆସୋସିଏସନ ବିଜୟଙ୍କୁ ଧନ୍ୟବାଦ ଜଣାଇଛି । ତାମିଲ ସିନେମା ଅଭିନେତାମାନଙ୍କ ପାଇଁ ଚେନ୍ନାଇର ଏକ ୟୁନିଅନ୍ ଫିଲ୍ମ ସଂସ୍ଥା ପ୍ରାୟ ଏକ ଦଶନ୍ଧି ଧରି ଏହାର ସଦସ୍ୟମାନଙ୍କ ପାଇଁ ଏକ ବିଲଡିଂ ନିର୍ମାଣ କରିବାକୁ ଚେଷ୍ଟା କରିଆସୁଛି । ତେବେ ଆସୋସିଏସନର ବର୍ତ୍ତମାନର ଅଧିକାରୀମାନେ ଏହି ନିର୍ମାଣର ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିଲେ । ଯଦିଓ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇଥିଲା, ଅନେକ ଆର୍ଥିକ ସମସ୍ୟା ହେତୁ ଏହା ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ତାମିଲ ସିନେମାର ଷ୍ଟାରମାନେ ବିଲଡିଂ ନିର୍ମାଣରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ଏବେ ଏଥିରେ ଦାନ ପାଇଁ ବିଜୟ ପ୍ରଶଂସା ପାଇବାରେ ଲାଗିଛନ୍ତି ଏବଂ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ଏହାପୂର୍ବରୁ କମଲ ହାସନ ବିଲଡିଂ ପାଇଁ ୧ କୋଟି ଟଙ୍କା ଦାନ କରିଥିଲେ, ଯାହା ଅନଲାଇନରେ ପ୍ରଶଂସାର ବିଷୟ ପାଲଟିଥିଲା । ତେବେ ବର୍ତ୍ତମାନ ବିଜୟଙ୍କୁ ମଧ୍ୟ ସମାନ ପ୍ରଶଂସାକାରୀ ପଦବୀ ଦିଆ ଯାଇଛି । ନାଦିଗର ସଙ୍ଗମର ସଚିବ ଅଭିନେତା ବିଶାଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଧନ୍ୟବାଦ ଜଣାଇଛନ୍ତି । ସେ ଏକ ଇମୋସ୍‌ନାଲ ପୋଷ୍ଟ ଲେଖିଥିଲେ, ‘ବିଜୟ, ଧନ୍ୟବାଦ ଅର୍ଥ କେବଳ ଦୁଇଟି ଶବ୍ଦ, କିନ୍ତୁ ଯେତେବେଳେ ସେ ହୃଦୟରୁ ଦିଆଯାଏ, ସେତେବେଳେ ଏହାର ଅର୍ଥ ବହୁତ ଅଧିକ ହୋଇଯାଏ । ହଁ, ମୁଁ ମୋର ପ୍ରିୟ ଅଭିନେତା, ଆମର ନିଜର # ଥଲପତି ବିଜୟ ଭାଇଙ୍କ ବିଷୟରେ କହୁଛି ଯିଏ ଆମର #SIAA # ନାଦିଗରସଙ୍ଗମ ନିର୍ମାଣ କାର୍ଯ୍ୟ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି । ଭଗବାନ଼ ଆପଣଙ୍କ ସହିତ ସବୁ ବେଳେ ଥାଉ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ହଁ, ଆମେ ସବୁବେଳେ ଜାଣିଥିଲୁ ଯେ ଆପଣଙ୍କର ସମର୍ଥନ ଏବଂ ଅଂଶଗ୍ରହଣ ବିନା ବିଲଡିଂଟି ଅସମ୍ପୂର୍ଣ୍ଣ ହେବ । ବର୍ତ୍ତମାନ ଆପଣ ଆମକୁ ଯଥାଶୀଘ୍ର ଏହାକୁ ସଂପୂର୍ଣ୍ଣ କରିବାକୁ ପ୍ରେରଣା ଦେଇଛନ୍ତି, ଏହା ସହ ସେ ଧନ୍ୟବାଦ ମଧ୍ୟ ଜଣାଇଲେ । ତେବେ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଭିନେତା ବିଜୟ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗ୍ରେଷ୍ଟ ଅଫ୍ ଅଲ୍ ଟାଇମ୍’ ର ସୁଟିଂ କରୁଛନ୍ତି । ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହା ଫିଲ୍ମ । ତେବେ କୁହାଯାଉଛି ଯେ ଏହା ବିଜୟଙ୍କ ଶେଷ ଫିଲ୍ମ ହୋଇପାରେ । କାରଣ ସେ ବର୍ତ୍ତମାନ ରାଜନୀତ ଉପରେ ଧ୍ୟାନ ଦେଉଛନ୍ତି । ଅନ୍ୟ ସୂଚନା ଅନୁସାରେ ବିଜୟ ଫିଲ୍ମ ‘ଗ୍ରେଷ୍ଟ ଅଫ୍ ଅଲ୍ ଟାଇମ୍’ ପରେ ଅନ୍ୟ ଏକ ଫିଲ୍ମରେ ଅଭିନୟ କରିପାରନ୍ତି । ତେବେ ଏହାକୁ ନେଇ କିଛି ବିଶେଷ ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.