ଦୀର୍ଘଦିନର ସ୍ୱପ୍ନ ପୂରଣ କଲେ ସାଉଥ୍‌ ସୁପରଷ୍ଟାର ପ୍ରଭାସ, କିଣିଲେ ୬ କୋଟିର ଲାମ୍ବୋରଗିନି

ନିଜ ଡ୍ରିମ୍‌ କାର କିଣିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସଙ୍କର ଫ୍ୟାନ୍‌ ଫଲୋୟର୍ସ ସଂଖ୍ୟା ବହୁତ ଅଧିକ। ବାହୁବଳୀ ଫିଲ୍ମ ପରେ ତାଙ୍କ ଫ୍ୟାନ୍‌ ସଂଖ୍ୟା ଆହୁରି ବଢ଼ିଯାଇଛି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ହଜାର ହଜାର ଫ୍ୟାନ୍‌ ଅଛନ୍ତି। ସୋସିଆଲ ମିଡିଆରେ ପ୍ରଭାସ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ନିକଟରେ ସେ ଫ୍ୟାନ୍‌ଙ୍କୁ ସରପ୍ରାଇଜ୍‌ ଦେଇ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ପ୍ରଭାସ ନିଜ ଡ୍ରିମ୍‌ କାର ଚଲାଉଥିବା ଦେଖିବାକୁ ମିଳିଛି।

ଏକ ଲାମ୍ବୋରଗିନି ସ୍ପୋର୍ଟସ କାର କିଣିବାକୁ ପ୍ରଭାସ ସବୁବେଳେ ସ୍ୱପ୍ନ ଦେଖୁଥିଲେ। ଏବେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି। କଠିନ ପରିଶ୍ରମ ପରେ ପ୍ରଭାସ ନିଜର ଏହି ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିପାରିଛନ୍ତି।

ପ୍ରଭାସ ନିଜ ବାପାଙ୍କ ବାର୍ଥ ଡେ ଦିନ ଏହି ଲାମ୍ବୋରଗିନି ଏବେଣ୍ଟଡୋର କାର କିଣିଛନ୍ତି। ଏହି କାରର ଦାମ୍‌ ପାଖାପାଖି ୬ କୋଟି ହେବ। କାରର କେତେକ ଫଟୋ ଓ ଭିଡିଓକୁ ପ୍ରଭାସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ବେଶ୍‌ ଭାଇରାଲ ହେଉଛି। ସେୟାର କରିଥିବା ଫଟୋ ଓ ଭିଡିଓରେ ପ୍ରଭାସ କାରକୁ ଦେଖୁଥିବା ଓ ଚଲାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.