ରଖେ ହରି ତ ମାରେ କିଏ: ଟ୍ରେନ ସମ୍ମୁଖରେ ଧକ୍କା ଖାଇ ମଧ୍ଯ ବଞ୍ଚିଗଲେ ମାନସିକ ବିକାରଗ୍ରସ୍ତ ବ୍ଯକ୍ତି

କେନ୍ଦୁଝର : କଥାରେ ଅଛି ରଖେ ହରି ତ ମାରେ କିଏ । ତାହା ଆଜି ସକାଳୁ ସକାଳୁ ପ୍ରାମାଣିତ ହୋଇଛି, କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କବିତରା ରେଲୱେ କ୍ରସିଂରେ । ଏକ ମାଲବାହି ଟ୍ରେନ ଯିବା ପାଇଁ ଗେଟ ପଡିଥିବା ବେଳେ ସେହି ମଧ୍ୟକୁ ପଶି ଯାଇଥିଲା ଏକ ବିକୃତ ମସ୍ତିସ୍କ ଲୋକ।

ଷ୍ଟେସନ ନିକଟରେ ଥିବାରୁ ମାଲବାହୀ ଟ୍ରେନଟି ଧୀର ଗତିରେ ଥିବାବେଳେ ଉକ୍ତ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ବ୍ୟକ୍ତି ଜଣଙ୍କ ରେଳ ଲାଇନର ଦୁଇ ଧାରଣା ମଧ୍ୟରେ ପଡିଯାଇଥିଲେ । ତାଙ୍କର ସାମାନ୍ୟ ଆଘାତ ହୋଇଥିବା ବେଳେ କିଛି ବାଟ ଯାଇ ଟ୍ରେନ ଟି ଅଟକିଥିଲା । ଟ୍ରେନ ଅଟକିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧାରଣାରୁ କାଢି ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତାଙ୍କର ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.