କାମାକ୍ଷାନଗର କଦଳୀ ପାଳ ନିକଟରେ ଅଭାବନୀୟ ଘଟଣା: ଦନ୍ତା ଆକ୍ରମଣରେ ପୋଲିସ୍ କର୍ମଚାରୀ ଗୁରୁତର

କାମାକ୍ଷାନଗର: ଡ୍ୟୁଟି ସାରି ଘରକୁ ଫେରୁଥିଲେ, ହାତୀ ହାବୁଡରେ ପଡିଲେ। ଦନ୍ତା ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର । ଗୁରୁତର କର୍ମଚାରୀ କାମାକ୍ଷାନଗର ତୁମୁସିଙ୍ଗା ଥାନାର ହୃଷିକେଶ ନାୟକ ।

ଆଜି ଥାନାରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦନ୍ତା ହାବୁଡରେ ପଡିଥିଲେ ହୃଷିକେଶ । କାମାକ୍ଷାନଗର ସାରୁଆଳି ପଞ୍ଚାୟତ ବାମ୍ଫୁ ଗାଁକୁ ଫେରୁଥିବା ବେଳେ କଦଳୀ ପାଳ ନିକଟରେ ତାଙ୍କୁ ଦନ୍ତା ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.