Below header

ଶ୍ରୀଦେବୀଙ୍କ ଜନ୍ମଦିନରେ ଜାହ୍ନବୀ ସେୟାର କରିଛନ୍ତି, ଏକ ବିଶେଷ୍ ମୁହୂର୍ତ୍ତର ଫ୍ୟାମିଲି ଫଟୋ

ବଲିଉଡ୍ ’ଚାନ୍ଦିନୀ’ ଶ୍ରୀଦେବୀଙ୍କର ଜନ୍ମଦିନକୁ ବି-ଟାଉନ୍ ସହିତ ତାଙ୍କ ଫ୍ୟାନ ମାନେ ମଧ୍ୟ ପାଳନ କରୁଛନ୍ତି । ଏହି ଖାସ୍ ଦିନରେ ଶ୍ରୀଦେବୀଙ୍କର ବଡ ଝିଅ ଜାହ୍ନବୀ କପୁର୍ ସୋସିୟାଲ୍ ମିଡିଆରେ ଏକ ଫଟୋ ସେୟାର କରିବା ସହିତ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଜାହ୍ନବୀ ଇନଷ୍ଟାଗ୍ରାମରେ ନିଜର ଏକ ପିଲାବେଳର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଜାହ୍ନବୀ, ବାପା ବୋନି ଏବଂ ମା’ ଶ୍ରୀଦେବୀଙ୍କ ସହିତ ନଜର ଆସିଛନ୍ତି । ଜାହ୍ନବୀ କ୍ୟାପସନରେ ଳେଖିଛନ୍ତି ‘ହାପି ବର୍ଥ ଡେ ମାମା’ । କପୁର୍ ପରିବାର ପାଇଁ ଏହି ଦିନଟି ବହୁତ୍ ଖାସ୍ କିନ୍ତୁ ତାଙ୍କ ମୃତ୍ୟୁର ଦୁଃଖରୁ ବାହାରିପାରିବା ସହଜ ନୁହେଁ ।

shridevi

ଶ୍ରୀଦେବୀଙ୍କର ସ୍ମରଣରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ସୋମବାର (୧୩ ଅଗଷ୍ଟ ଓ ୧୪ ଅଗଷ୍ଟ) ରେ ୬ଟି ସିନେମାର ସ୍କ୍ରିନିଙ୍ଗ୍ କରାଇବେ । ଏହି ସନେମାର ସ୍କ୍ରିନିଙ୍ଗ୍ ମହାଦେବ୍ ରୋଡ୍ ନୂଆ ଦୀଲ୍ଲିର ଫିଲ୍ମ ଡିଭିଜନ୍ ଅଡିଟୋରିୟମରେ ହେବ । ଆଜି ୧୩ ଅଗଷ୍ଟ ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ ଏହି କାର୍ୟ୍ୟକ୍ରମ ରଖାଯାଇଛି । ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତ୍ରୀଙ୍କର ସିନେମା ’ମମ୍’ରୁ ସ୍କ୍ରିନିଙ୍ଗ୍ କାର୍ୟ୍ୟକ୍ରମ ଆରମ୍ଭ କରାଯିବ । ଏହା ପରେ ତାଙ୍କର ୫ଟି ସିନେମା ପଦର୍ଶିତ ହେବ ।

ଏହାପରେ ଅପରାହ୍ନ ୨:୩୦ରେ ନିର୍ଦ୍ଦେଶକ ୟସ୍ ଚୋପ୍ରାଙ୍କ ନିର୍ଦ୍ଦେଶିତ ତଥା ନିର୍ମିତ ସିନେମା ‘ଲମହେ’ ର ସ୍କ୍ରିନିଙ୍ଗ୍ କରାଯିବ । ସନ୍ଧ୍ୟା ୭ଟାରେ ଅନିଲ୍ କପୁର୍ ଏବଂ ଶ୍ରୀଦେବୀଙ୍କର ସୁପର ହିଟ୍ ସିନେମା ‘ମିଷ୍ଟର୍ ଇଣ୍ଡିଆ’ ପଦର୍ଶିତ ହେବ । ୧୪ ଅଗଷ୍ଟରେ ମଧ୍ୟ ୩ଟି ସିନେମା ‘ଇଂଗଲିସ୍ ଭିଂଗଲିସ୍’ , ‘ସଦମା’ ଏବଂ ‘ଚାନ୍ଦିନୀ’  ପଦର୍ଶିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.