କୌଣସି ମହଲ ଠାରୁ କମ୍‌ ନୁହେଁ ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ ଭ୍ୟାନ୍‌, ଫଟୋ ଦେଖିଲେ ଆଖି ଝଲସିଯିବ

ଅଲ୍ଲୁ ଅର୍ଜୁନ ଏବେ ଫିଲ୍ମ ପୁଷ୍ପାକୁ ନେଇ ଜବରଦସ୍ତ ଚର୍ଚ୍ଚାରେ ରହିଛି। ସାଉଥର ଏହି ସୁପରଷ୍ଟାର ଏବେ ଲୋକଙ୍କ ହୃଦୟରେ ଏମିତି କବ୍ଜା କରିଛନ୍ତି ଚାରିଆଡେ ତାଙ୍କର ଫିଲ୍ମ ଏବଂ ଷ୍ଟାଇଲକୁ ଚର୍ଚ୍ଚା ଚାଲୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ ଭ୍ୟାନ୍‌ ବିଷୟରେ କହିବାକୁ ଯାଉଛୁ। ଏହି ଭ୍ୟାନକୁ ଆପଣ ଚଳନ୍ତା ଆଲିସାନ୍‌ ମହଲ ମଧ୍ୟ କହିପାରିବେ।

aluଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ କୌଣସି ମହଲ ଠାରୁ କମ୍‌ ନୁହେଁ। ଯାହାକୁ ଦେଖିବା ପରେ ଆଖି ଖୋଲା ହିଁ ଖୋଲା ରହିଯିବ। ସେ ନିଜର ଫ୍ୟାନ୍ସଙ୍କ ପାଇଁ ଭ୍ୟାନିଟୀ ଭ୍ୟାନର ଫଟୋ ସେୟାର କରନ୍ତି। ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ ଭ୍ୟାନକୁ ରେଡ୍ଡି କଷ୍ଟମ କାରଓ୍ଵା ଡିଜାଇନ କରିଛନ୍ତି।
ଏହି ଭ୍ୟାନର ଦାମ୍‌ ୭ କୋଟି ଟଙ୍କା। ଆଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ ଭ୍ୟାନର ଭିତରେ ତାଙ୍କ ନାମର ପ୍ରଥମ ଅକ୍ଷର ଲେଖା ହୋଇଛି। ଏହି ଭ୍ୟାନିଟୀ ଭ୍ୟାନର ଇଣ୍ଟେରିୟର ବ୍ଲାକ, ହ୍ଵାଇଟ ଏବଂ ସିଲଭର କଲର ଠାରୁ କରାଯାଇଛି।

alluଅଲ୍ଲୁଙ୍କ ଭ୍ୟାନିଟୀ ଭ୍ୟାନରେ ରେକଲାଇନର ଚେୟାର ଠାରୁ ନେଇ ଲେଦର ସିଟ, ବଡ ମିରର ଏବଂ ଏଣ୍ଟରଟେନମେଣ୍ଟ ପାଇଁ ଅନେକ ଜିନିଷ କରାଯାଇଛି। ଯାହାଦ୍ୱାରା ଆକ୍ଟରଙ୍କୁ ଭ୍ୟାନିଟୀ ଭ୍ୟାନରେ କୌଣସି ପ୍ରକାର ସମସ୍ୟା ହେବନାହିଁ। ଅଲ୍ଲୁ ଅର୍ଜୁନ ଅଧିକାଂଶ ସମୟରେ ନିଜର ଭ୍ୟାନିଟୀ ଭ୍ୟାନରେ ହିଁ ଟ୍ରାଭେଲ କରନ୍ତି।

allu vanଯେତିକି ଭଲ ଲୁକ ଏହି ଭ୍ୟାନର ବାହାରେ ହୋଇଛି ସେତିକି ବଢ଼ିଆ ଲୁକ ଭ୍ୟାନର ଭିତରେ ବି ବହୁତ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାହାର ପଟରୁ ଏହି ଭ୍ୟାନକୁ ବ୍ଲାକ କଲର କରାଯାଇଛି ଏବଂ ଭିତରେ ବ୍ଲାକ, ସିଲଭର ଏବଂ ଗ୍ରେ କଲରର ଫିନିସିଙ୍ଗ୍‌ କରାଯାଇଛି।
ବାଥରୁମ ଠାରୁ ନେଇ ରେଷ୍ଟ ରୁମ ପର୍ଯ୍ୟନ୍ତ ଏହି ଭ୍ୟାନିଟୀକୁ ଭଲ ଭଲ ତରିକାରେ ଡିଜାଇନ୍‌ କରାଯାଇଛି। ଏହି ଭ୍ୟାନ୍‌ ଭିତରେ ଅଲ୍ଲୁ ଅର୍ଜୁନଙ୍କ ପାଇଁ ଏକ ବଡ ବ୍ଳାକ କଲରର ବହୁତ ଆରାମଦାୟକ ସିଟ୍‌ ମଧ୍ୟ ରଖାଯାଇଛି। ଯାହାଉପରେ ଆକ୍ଟର ପ୍ୟାକଅପ୍‌ ପରେ ଆରାମ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.