ଧୁମ ମଚାଇଲା ସୁଇ ଧାଗା ଟ୍ରେଲର : ଦୁଇ ଦିନରେ ଦେଖିଲେ ୧ କୋଟି ଲୋକ

ମୁମ୍ବାଇ : ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି। ନିକଟରେ ରିଲିଜ ହୋଇ ସୋସିଆଲ ମିଡିଆରେ ଧୂମ୍ ମଚେଇଛି ସୂଇ ଧାଗାର ଟ୍ରେଲର। ମାତ୍ର ଦୁଇ ଦିନ ମଧ୍ୟରେ ୧କୋଟିରୁ ଅଧିକ ଥର ଟ୍ରେଲରକୁ ଦେଖାଯାଇ ସାରିଲାଣି। ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ବରୁଣ ଓ ଅନୁଷ୍କା। ତେବେ ଦୁହିଁଙ୍କ ଡିଗ୍ଲାମ୍ ଲୁକକୁ କାଫି ପସନ୍ଦ କରିଛନ୍ତି ଦର୍ଶକ।

ଟ୍ରେଲରରେ ଦେଖିବାକୁ ମିଳିଛି ଜଣେ ସାଧାରଣ ଲୋକର ସଂଘର୍ଷପୂର୍ଣ୍ଣ ଯାତ୍ରା। ଯିଏ ବେରୋଜଗାରରୁ ବିଜନେସମ୍ୟାନ ବନୁଛି। ଆତ୍ମନିର୍ଭରଶୀଳ ହୋଇ ନିଜ ବ୍ୟବସାୟ ନିଜ ଦମରେ ଛିଡା କରିପାରୁଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଦମ୍ ଲଗାକେ ହଇସା ଫିଲ୍ମର ନିର୍ଦ୍ଦେଶକ ଶରତ କଟାରିଆ। ୟଶରାଜ ପ୍ରଡକସନ ବ୍ୟାନରରେ ଫିଲ୍ମ ତିଆରି ହୋଇଥିବା ବେଳେ ଏହା ସେପଟେମ୍ବର ୨୮ରେ ରିଲିଜ ହେବ।

Leave A Reply

Your email address will not be published.