ମିସ୍ ୟୁ ମାଇ ବୋମ୍ମା…ମାଇ ଲଭ୍: ଏମିତି ଲେଖି ଜେଲରୁ ଜ୍ୟାକଲିନଙ୍କ ପାଇଁ ଲଭ୍ ଲେଟର୍ ପଠାଇଲା ସୁକେଶ

ମିସ୍ ୟୁ ମାଇ ବୋମ୍ମା...ମାଇ ଲଭ୍ । ବଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଏମିତି କିଛି ଲଭ୍ ଲେଟର୍ ଲେଖିଛି ମନିଲଣ୍ଡରିଂର ଭିନ୍ନ ଭିନ୍ନ ମାମଲାରେ ଗିରଫ ହୋଇ ଦିଲ୍ଲୀ ମଣ୍ଡୋଲି ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର।

ଦିଲ୍ଲୀ: ମିସ୍ ୟୁ ମାଇ ବୋମ୍ମା…ମାଇ ଲଭ୍ । ବଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଏମିତି କିଛି ଲଭ୍ ଲେଟର୍ ଲେଖିଛି ମନିଲଣ୍ଡରିଂର ଭିନ୍ନ ଭିନ୍ନ ମାମଲାରେ ଗିରଫ ହୋଇ ଦିଲ୍ଲୀ ମଣ୍ଡୋଲି ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର। ଏବେ ସୁକେଶ ପୁଣିଥରେ ଜେଲ୍ ଭିତରେ ଚିଠି ଲେଖିଛି। ତେବେ ଏଥର ଦିଲ୍ଲୀ ନେତା କିମ୍ବା ମନ୍ତ୍ରୀଙ୍କ ବିରୋଧରେ ନୁହେଁ, ବରଂ ନିଜ ଗର୍ଲଫ୍ରେଣ୍ଡ ଜ୍ୟାକଲିନଙ୍କୁ ଲଭ୍ ଲେଟର୍ ଲେଖିଛି। ହୋଲି ଅବସରରେ ଜ୍ୟାକଲିନଙ୍କୁ ସେ ଚିଠି ଲେଖି ପ୍ରେମ ନିବେଦନ କରିଛି।

ସୂଚନା ଥାଉକି ଚନ୍ଦ୍ରଶେଖର ଏବେ ଦିଲ୍ଲୀର ମଣ୍ଡୋଲି ଜେଲ୍‌ରେ ତିନୋଟି ମନି ଲଣ୍ଡରିଂ ମାମଲାରେ ସଜା କାଟୁଛି। ପ୍ରଥମ ମାମଲାରେ ଚନ୍ଦ୍ରଶେଖର ଜଣେ ସରକାରୀ ଅଧିକାରୀ ଭାବେ ପୂର୍ବତନ ମାଲିକ ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କଠାରୁ ପାଖାପାଖି ୨୦୦ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରିବା ବାହାନାରେ ଅଭିଯୁକ୍ତ ଅଦିତି ସିଂହଙ୍କୁ ଠକିଥିଲା। ମନି ଲଣ୍ଡରିଂ ତଦନ୍ତରେ ସେ ଏହି ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲା ।

ତେବେ ଜ୍ୟାକଲିନଙ୍କୁ ଚିଠିରେ ଅଭିଯୁକ୍ତ ସୁକେଶ ଲେଖିଛି, ‘ସବୁଠାରୁ ଚମତ୍କାର ମଣିଷ, ଆଶ୍ଚର୍ଯ୍ୟମୟୀ ମୋର ସବୁଠାରୁ ସୁନ୍ଦର ଜ୍ୟାକଲିନଙ୍କୁ ହୋଲିର ଶୁଭେଚ୍ଛା। ‘ଆଇ ଲଭ୍ ୟୁ’ । ତୁମେ ସବୁବେଳେ ହସୁଥାଅ। ତୁମେ ଜାଣ ଯେ, ତୁମେ ମୋ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ରଙ୍ଗର ଏହି ପର୍ବରେ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି, ଯେଉଁ ରଙ୍ଗ ଫିକା ଅବା ଗାଏବ ହୋଇଯାଇଛି ତାକୁ ମୁଁ ତୁମ ପାଇଁ ୧୦୦ ଥର ଫେରାଇ ଆଣିବି। ଏହା ମୋ ଦାୟିତ୍ୱ। ଲଭ୍ ୟୁ ମାଇ ପ୍ରିନ୍ସେସ୍ । ମିସ୍ ୟୁ ମାଇ ବୋମ୍ମା…ମାଇ ଲଭ୍।’

ସୂଚନା ଥାଉକି ଉଭୟ ଚନ୍ଦ୍ରଶେଖର ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଲୀନା ମାରିଆ ପଲଙ୍କୁ ୨୦୨୨ ସେପ୍ଟେମ୍ବରରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.