ଶେଷରେ ରାସ୍ତା କଡ଼ରେ ଜୁସ୍ ଦୋକାନ ଖୋଲିଲେ ସୁନିଲ ଗ୍ରୋଭର, ଖୁବ୍ ଭାଇରାଲ ହେଉଛି ଭିଡିଓ
କମେଡି ଦୁନିଆର ବେତାଜ ବାଦଶାହ ସୁନିଲ ଗ୍ରୋଭର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀରେ ନାମ କମାଇବା ପରେ ଏବେ ସେ ନୂଆ କାମ ଆରମ୍ଭ କରିଛନ୍ତି। ସୁନିଲ ବର୍ତ୍ତମାନ ରାସ୍ତା କଡ଼ରେ ଜୁସ୍ ବିକ୍ରି କରୁଥିବାର ଦେଖିବାକୁ ମିଳିଛନ୍ତି। କେବେ ସେ ଢ଼ାବାରେ ଡାଲି ବନାଉଥିଲେ ତ କେବେ ଛୋଲେ କୁଲ୍ଚା ବିକ୍ରି କରୁଥିଲେ। କିନ୍ତୁ ଏଥର ସେ ଜୁସ୍ ଦୋକାନୀ ହୋଇଛନ୍ତି।
ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏଥିରେ ସୁନିଲ ପ୍ରଫେଶନାଲ ଢ଼ଙ୍ଗରେ ଜୁସର୍ରୁ ଜୁସ୍ ବାହାର କରୁଛନ୍ତି। ଭିଡିଓଟିକୁ ସେ ନିଜ ଅଫିସିଆଲ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ‘ନିଜ ଡାର୍ଲିଂକୁ ଏହି ଜୁସ୍ ପିଆଅ’। ଭିଡିଓରେ ସୁନିଲ ଜୁସ୍ର ଦାମ୍ ୨୦ ଟଙ୍କା କହିଛନ୍ତି।
ଲୋକଙ୍କ ମନୋରଞ୍ଜନ ପାଇଁ ସୁନିଲ ପ୍ରାୟ ସମୟରେ ଏମିତି ମଜାଳିଆ ଭିଡିଓ ଶେୟାର କରିବାରେ ଲାଗିଥାଆନ୍ତି। ଲୋକଙ୍କୁ ତାଙ୍କର ଏହି ଅନ୍ଦାଜ ମଧ୍ୟ ବେଶ୍ ପସନ୍ଦ ଆସିଥାଏ। କହି ରଖୁଛୁ, ପ୍ରଥମେ ସୁନିଲ ଗ୍ରୋଭର ୧୯୯୮ର ଫିଲ୍ମ ‘ପ୍ୟାର ହୋ ହୋନା ହି ଥା’ରେ ଦେଖିବାକୁ ମିଳିଥିଲେ।
View this post on Instagram