୩ଟି ସମ୍ମାନରେ ସମ୍ମାନିତ ହେଲେ ସନି ଲିଓନି, ସୋସିଆଲ ମିଡିଆରେ ଜାହିର୍ କଲେ ଖୁସି
ବଲିଉଡ୍ ଅଭିନେତ୍ରୀ ସନି ଲିଓନି କୌଣସି ନା କୌଣସି କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏବେ ସନି ଫିଲ୍ମରେ ଖୁବ୍ କମ ନଜର ଆସୁଥିବା ବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି। ସନି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିବା ସହ ଖୁବ୍ ଖୁସି ଥିବାର ନଜର ଆସିଛନ୍ତି।
ସୂଚନା ମୁତାବକ ସନି ଲିଓନିଙ୍କୁ ୧୩ ତମ ଆନୁଆଲ୍ ଏସିଆ ଓ୍ଵାନ ବିଜନେସ୍ ଆଣ୍ଡ ସୋସିଆଲ ଫୋରମ୍ରେ ୩ଟି ଭିନ୍ନ ଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଅଭିନେତ୍ରୀ ସନି ଲିଓନି ଏହି ଆଓ୍ଵାର୍ଡ ପାଇବା ପରେ ଖୁବ୍ ଗୌରବାନ୍ଵିତ ଅନୁଭବ କରିଛନ୍ତି।
ରିପୋର୍ଟ ଅନୁଯାୟୀ ସନିଙ୍କୁ ମହିଳା ସଶକ୍ତିକରଣ ଆଓ୍ଵାର୍ଡ, ୪୦ ଅଣ୍ଡର ୪୦ ଇନଫ୍ଲୁଏସିୟଲ ଆଓ୍ଵାର୍ଡ ଏବଂ ଫାଷ୍ଟେଟ ଗ୍ରୋଇଂଗ ଇଣ୍ଡିଆନ ବ୍ରାଣ୍ଡ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ସନି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିବା ସହ ତିନଟି ଆଓ୍ଵାର୍ଡର ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ସନି ହ୍ଵାଇଟ୍ କଲର୍ର ଡେସ୍ର ପିନ୍ଧିଥିବା ବେଳେ ଖୁବ୍ ଖୁସି ଥିବାର ନଜର ଆସିଛନ୍ତି।