ଯେଉଁ ପେଣ୍ଟିଂକୁ ଦେଖି ଡରିଯାଇଥିଲେ ସୁଶାନ୍ତ, ଜାଣନ୍ତୁ ସେହି ଚିତ୍ର ପଛର ରାଜ୍‌

ନିକଟରେ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ସୁଶାନ୍ତଙ୍କ ବିଷୟରେ ପଚରାଉଚରା କରିଛି। ଏ ଅବସରରେ ସେ କେତେକ ଆଶ୍ଚର୍ଯ୍ୟ କରି ଦେବା ଭଳି ଖୁଲାସା କରିଥିଲେ। ସେ ୨୦୧୯ରେ ସୁଶାନ୍ତଙ୍କ ସହ ୟୁରୋପ ଟ୍ରିପ୍‌ରେ ଯାଇଥିବା କଥାକୁ ସ୍ୱୀକାର କରିଥିଲେ। ସେଠାରୁ ଫେରିବା ପରେ ହିଁ ସୁଶାନ୍ତଙ୍କ ଦେହ ଖରାପ ହୋଇଯାଇଥିଲା। ଏଥିସହ ତାଙ୍କ ବ୍ୟବହାରରେ ବି ଅସ୍ୱାଭାବିକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହା ପଛର କାରଣ ଶନିଦେବଙ୍କ ପେଣ୍ଟିଂ ବୋଲି ରିୟା କହିଥିଲେ।

riya-1

ରିୟା କହିଥିଲେ ଯେ ୟୁରୋପ ଟ୍ରିପ୍‌ ବେଳେ ସେମାନେ ଇଟାଲୀର ଏକ ପୁରୁଣା ହୋଟେଲରେ ରହିଥିଲେ। ସେଠାରେ କାନ୍ଥରେ ଏକ ପୁରୁଣା ପେଣ୍ଟିଂ ଲାଗିଥିଲା। ଉକ୍ତ ପେଣ୍ଟିଂରେ ଶନିଦେବ ନିଜ ଛୁଆଙ୍କୁ ଖାଉଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ସୁଶାନ୍ତ ବହୁତ ଡରି ଯାଇଥିଲେ। ସୁଶାନ୍ତ କହିଥିଲେ ଯେ ଏଥିରେ କିଛି ଅଜବ ଜିନିଷ ଲୁଚି ରହିଛି। ତେବେ ଆସନ୍ତୁ ଜାଣିବା ସେହି ପେଣ୍ଟିଂ ପଛର ରାଜ୍‌।

painting

ରିୟା କହୁଥିବା ପେଣ୍ଟିଂକୁ ସ୍ପେନ୍‌ର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଫ୍ରାନ୍ସିସ୍‌କୋ ଗୋୟା ଆଙ୍କିଥିଲେ। ୧୮୧୯ରୁ ୧୮୨୩ ମଧ୍ୟରେ ତିଆରି ହୋଇଥିବା ଏହି ପେଣ୍ଟିଂର ନାଁ ହେଉଛି ‘Saturn Devouring His Son’। ଏବେ ଏହି ପେଣ୍ଟିଂକୁ ମୋଡ୍ରିଡ୍‌ର ଏକ ସଂଗ୍ରହାଳୟରେ ରଖାଯାଇଛି। ଏହି ପେଣ୍ଟିଂ ଗ୍ରୀସ୍‌ର ପୌରାଣିକ କାହାଣୀ ଉପରେ ଆଧାରିତ। କୁହାଯାଏ ଯେ ରୋମାନର ଶନିଦେବଙ୍କୁ ଡର ଥିଲା ଯେ ତାଙ୍କ ପୁଅ ତାଙ୍କ ଶାସନଗାଦି ଛଡ଼ାଇ ନେବ। ଏଣୁ ପୁଅ ଜନ୍ମ ହେଉ ହେଉ ସେ ତାକୁ ଖାଇ ଦେଇଥିଲେ। ଏହି ପେଣ୍ଟିଂକୁ ଦେଖି ସୁଶାନ୍ତ ଡରିଯାଇଥିଲେ ବୋଲି କହିଛନ୍ତି ରିୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.