ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆମ ପୋଲିସ ସମିତି ପକ୍ଷରୁ ଗଡ଼ିଲା କରୋନା ସଚେତନତା ରଥ

ମୟୁରଭଞ୍ଜ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆମ ପୋଲିସ ସମିତି ପକ୍ଷରୁ  ଗଡ଼ିଲା କରୋନା ସଚେତନତା ରଥ।  ଏହି ରଥ ବିଭିନ୍ନ ଗାଁ ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ସଚେତନତାର ବାର୍ତ୍ତା ବାଣ୍ଟିବ । ରାଇରଙ୍ଗପୁର SDPO ସ୍ନେହାଶିଷ ସାହୁ ଓ ଗ୍ରାମାଞ୍ଚଳ ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ପରେ ବିଭିନ୍ନ ଅଞ୍ଚଳକୁ ଯାଇ ପୋଲିସ ପକ୍ଷରୁ ମାସ୍କ , ସାବୁନ ଓ ଟାୱେଲ ବଣ୍ଟନ କରାଯାଇଥିଲା । ଏଥିସହ ମାସ୍କ ବ୍ୟବହାର କରୁନଥିବା ଲୋକଙ୍କୁ ମାସ୍କ ଓ ସାବୁନ ପ୍ରଦାନ କରାଯାଇଥିବା ବେଳେ ବୃଦ୍ଧ ଓ ବୃଦ୍ଧାଙ୍କୁ ଟାୱେଲ ପ୍ରଦାନ କରି କୋଭିଡ ନିୟମ ପାଳନ କରିବାକୁ ପୋଲିସ ସମିତି ପକ୍ଷରୁ ଅନୁରୋଧ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.