ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲା : ବିହାର ପୋଲିସକୁ ଚାକର ଦେଲା ବଡ଼ ତଥ୍ୟ, ଅଘଟଣ ରାତିରେ କୈାଣସି ପାର୍ଟି ହୋଇ ନଥିଲା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମାଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି । ଅଘଟଣ ପୂର୍ବ ୧୩ ତାରିଖ ରାତିରେ ଘରେ କୈାଣସି ପାର୍ଟି ହୋଇନଥିଲା । ସେ ସବୁ ଦିନ ପରି ୧୪ ତାରିଖ ସକାଳୁ ଉଠି ପଡ଼ିଥିଲେ ବୋଲି ଚାକର ବିହାର ପୋଲିସ ଆଗରେ ପ୍ରକାଶ କରିଛି । ଏହି କଥା ଜଣାପଡିବା ପରେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ଭିନ୍ନ ମୋଡ଼ ନେଇଛି ।

sushant--12

ବିହାର ପୋଲିସର ଜେରା ପରେ ଚାକର କହିଛି ଯେ ମୃତ୍ୟୁ ପୂର୍ବ ଦିନ ୧୩ ତାରିଖ ରାତିରେ ଘରେ କୈାଣସି ପାର୍ଟି ହୋଇ ନଥିଲା । କିମ୍ବା ସେ ବାହାରକୁ ମଧ୍ୟ ଯାଇ ନଥିଲେ । ସୁଶାନ୍ତ ୧୪ ତାରିଖ ସକାଳେ ସବୁ ଦିନ ପରି ସକାଳୁ ଉଠିଥିଲେ । ତାଙ୍କର ଟିଫିନ୍‌ ମଧ୍ୟ ନେଇଥିଲେ ବୋଲି ଚାକର କହିଛି । ତେବେ ସୁଶାନ୍ତଙ୍କ କଲ୍‌ ରେକର୍ଡରୁ ମିଳିଥିବା ତଥ୍ୟ ଅନୁଯାୟୀ ସେ ୧୩ ତାରିଖ ବିଳମ୍ବିତ ରାତିରେ ଗୋଟିଏ କଲ୍‌ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ଏକ କଲ୍‌ ବନ୍ଧୁ ମହେଶ ସେଟ୍ଟୀଙ୍କୁ କରିଥିଲେ ।

 

ମହେଶ ମଧ୍ୟ ଏକଥା ସ୍ୱୀକାର କରିଛନ୍ତି ଯେ ବିଳମ୍ବିତ ରାତିରେ କଲ୍‌ ଆସିଥିବା ବେଳେ ସେ ଶୋଇ ପଡିଥିଲେ । ନଚେତ ତାଙ୍କ ହାଲ୍‌ ବିଷୟରେ ଜାଣି ପାରିଥାନ୍ତେ । ତାଙ୍କ ଫୋନ୍‌ କଲ୍‌ ଉଠାଇ ଥିଲେ ହୁଏତ ତାଙ୍କୁ ମରିବାକୁ ଦେଇ ନଥାନ୍ତେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସୁଶାନ୍ତଙ୍କ କ୍ରିଏଟିଭ୍‌ ମ୍ୟାନେଜର୍‌ ସିଦ୍ଧାର୍ଥ ପିଠାନୀ ମୁମ୍ବାଇ ପୋଲିସକୁ ମଧ୍ୟ ଏକ ଟ୍ଵିଟ୍‌ ଲେଖିଛନ୍ତି ।

sushant--11

ସେ ଏଥିରେ ସୁଶାନ୍ତଙ୍କ ପରିବାର ତାଙ୍କୁ ଜୁଲାଇ ୨୨ ଓ ଜୁଲାଇ ୨୭ରେ ଫୋନ୍‌ କଲ୍‌ ମାଧ୍ୟମରେ ରିୟା ବିରୋଧରେ ପୋଲିସକୁ କହିବାକୁ ଧମକ ଦେଉଥିବା କହିଛନ୍ତି । ବିହାର ପୋଲିସ୍‌ ଯାଞ୍ଚ ଆରମ୍ଭ ହେବା ପରେ ଏବେ ଦିନକୁ ଦିନ ନୂଆ ତଥ୍ୟ ପ୍ରକାଶ ହେବାରେ ଲାଗିଛି । ସୁଶାନ୍ତଙ୍କ ମାମଲାରେ ମୁମ୍ବାଇ ପୋଲିସ ଓ ବିହାର ପୋଲିସ ମଧ୍ୟରେ ସହଯୋଗ ରହୁନଥିବା ଜଣାପଡିଛି ।

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚକୁ ମନା କରିଦେଇଛନ୍ତି । ବିହାର ପୋଲିସ ଏହି ମାମଲାକୁ ତଦନ୍ତ କରିବାରେ କେତେଦୂର ସଫଳ ହେବେ ତାହା ପରେ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.