ରାଜଧାନୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ପୁଣି ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଚିନ୍ତା ବଢାଉଛି କରୋନା । ସଂକ୍ରମିତ ସଂଖ୍ୟାରେ ଲାଗୁନି ବ୍ରେକ। ଦୈନିକ ନୂଆ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢି ହଟସ୍ପଟ ଜୋନରେ ପରିଣତ ହୋଇଥିବା ରାଜଧାନୀ ଭୁବନେଶ୍ବରରେ ଚିନ୍ତା ବଢାଉଛି ଲୋକାଲ କଣ୍ଟାକ୍ଟ କେସ୍। ଆଜି ପୁଣି ଭୁବନେଶ୍ୱରରୁ ଆଉ ୧୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୮୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୩ ଜଣ ପଜିଟିଭ୍ ବାହାରିଛନ୍ତି ।

Image

ଲୋକାଲ କଣ୍ଟାକ୍ଟରୁ ନୟାପଲ୍ଲୀ, ଡୁମଡ଼ୁମା , ପୋଖରୀପୁଟ, ଜାଗମରା, ଚନ୍ଦ୍ରଶେଖରପୁର, ବରମୁଣ୍ଡା, ୟୁନିଟ-୯ , ରାଜମହଲ, ଶୈଳଶ୍ରୀ ବିହାର, କଳିଙ୍ଗନଗର, ଓ଼ଲ୍ଡ ଟାଉନ ଆଦି ସ୍ଥାନରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Image

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୭ ଶହ ୩୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩୩ ସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୧୨୮୫ ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ୧୫ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.