ସାମ୍ନାକୁ ଆସିଲା ସୁସ୍ମିତାଙ୍କ ବିବାହ ତାରିଖ, ଜାଣନ୍ତୁ କେବେ ଧରିବେ ବୟଫ୍ରେଣ୍ଡ ରୋହମନଙ୍କ ହାତ

ସୁସ୍ମିତା ସେନଙ୍କ ଜୀବନରେ ଗୋଲାପୀ ମୋଡ । ହାତକୁ ଦି ହାତ ହେବେ ବିଶ୍ବ ସୁନ୍ଦରୀ । ଖୁବ୍ ଶୀଘ୍ର ନିଜଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନକୁ ବିବାହ କରିବେ ସୁସ୍ମିତା । ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଏବେ ଏସବୁରେ ପଡିଛି ପୂର୍ଣ୍ଣଛେଦ । ଦୀର୍ଘ ଦିନର ସମ୍ପର୍କକୁ ଆଉ ଦୁଇ ପାଦ ଆଗକୁ ନେଉଛନ୍ତି ସୁସ୍ମିତା – ରୋହମନ୍ ।

ବିବାହ ପାଇଁ ସୁସ୍ମିତାଙ୍କୁ ପ୍ରପୋଜ୍ କରିଛନ୍ତି ରୋହମନ୍ । ଆଉ ଏହି ପ୍ରପୋଜାଲରେ ରାଜି ହୋଇଯାଇଛନ୍ତି ସୁସ୍ମିତା । ତେବେ ଶୁଣିବାକୁ ମିଳିଛି ଚଳିତ ବର୍ଷ ନଭେମ୍ବର ମାସରେ ଉଭୟ ବିବାହ କରିପାରନ୍ତି । ହେଲେ ଏଯାଏ ଏହି ସେଲିବ୍ରିଟିଙ୍କଠାରୁ କୌଣସି ସ୍ପଷ୍ଟ ବୟାନ୍ ଆସିନାହିଁ ।

ଏହା ସହ ପଢନ୍ତୁ ଲାଲ୍ କିଲା ସାମ୍ନାରେ ଧଳାକୁର୍ତ୍ତାରେ ସଲମାନ୍ , ଭାଇରାଲ୍ ହେଉଛି ସାଇକେଲ୍ ଚଲାଉଥିବା ଭିଡିଓ

ତେବେ କିଛି ଦିନ ତଳେ ଉୟଭଙ୍କର ବ୍ରେକଅପ୍ ହୋଇଥିବାର ଖବର ଆସିଥିଲା ।  ଏପରିକି ଉଭୟଙ୍କ ଫଟା ସମ୍ପର୍କକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ରୋହମନ । ଯେଉଁଥିରେ ଲାଗୁଥିଲା ପ୍ରେମ କାହାଣୀରେ ଲାଗି ଯାଇଛି ବ୍ରେକ୍ । ପୋଷ୍ଟ କରି ଲେଖିଥିଲେ, ହେ ତୁମେ, ହଁ ମୁଁ ତୁମ ସହ କଥା ହେଉଛି । କଣ ଅଛି ଯାହା ତୁମକୁ ବିରକ୍ତ କରାଉଛି । ମୁଁ ଏଠି ତୁମ କଥା ଶୁଣୁଛି ୨୪ ଘଂଟା ପାଇଁ । ଏହା ପରେ ନିଜ ସମ୍ପର୍କକୁ ନେଇ ଅନେକ ଗୁଡିଏ କଥା ଲେଖିଥିଲେ ରୋହମନ୍ । ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଥିଲା ଏହି ପୋଷ୍ଟଟି ସୁସ୍ମିତାଙ୍କ ପାଇଁ । ଆଉ ଏହି ପୋଷ୍ଟ ମାଧ୍ୟମରେ ନିଜ ମନ କଥା ବଖାଣିଥିଲେ ରୋହମନ୍ । କିଛି ଦିନ ଦିନ ତଳେ ଏଭଳି ଏକ ଖବର ପାଲଟିଥିଲା ଚର୍ଚ୍ଚାର ବିଷୟ ।

ହେଲେ ପରେ ସାମ୍ନାକୁ ଆସିଥିଲା ଆଉ ଏକ ଖବର । ଯାହା ଉଭୟଙ୍କ ବ୍ରେକ୍ ଅପ୍ ଖବରକୁ ମିଛ ବୋଲି ପ୍ରମାଣିତ କରଥିଲା । ନିଜ ସୋସିଆଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ ସୁସ୍ମିତା । ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଥିଲା ଯେ ଏବେ ବି ଉଭୟଙ୍କ ମଧ୍ୟରେ ଆଗପରି ଅଛି ପ୍ରେମ । ଏହି ଫଟୋଟି ଜିମର, ଯେଉଁଥିରେ ସୁସ୍ମିତା ଏବଂ ରୋହମନ୍ ପୋଜ୍ ଦେଉଥିବାର ନଜର ଆସୁଛନ୍ତି । ଉଭୟ ଏହି ଫଟୋକୁ ଏକ ମିରର ସାମ୍ନାରେ ଛିଡା ହୋଇ ଉଠାଇଛନ୍ତି । ଏହି ପୋଷ୍ଟ ସହ ସୁସ୍ମିତା ଲେଖିଛନ୍ତି He’s lean…she’s mean 😉😄I love you @rohmanshawl…  ଏହି ପୋଷ୍ଟ ମାଧ୍ୟମରେ ରୋହମନଙ୍କ ପ୍ରତି ନିଜ ପ୍ରେମ ନିବେଦନ କରିଛନ୍ତି ସୁସ୍ମିତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.