Below header

ଅନ୍ୟ ବ୍ୟକ୍ତିଙ୍କ ସହ ଫୋନରେ କଥା ହେଉଥିଲେ ପତ୍ନୀ, ଅଲ ଆଉଟ୍ ପିଆଇ ଜୀବନ ନେଲେ ସ୍ୱାମୀ

ତାଜନଗରୀ ଆଗ୍ରାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଅତି ନିର୍ଦ୍ଦୟ ଭାବେ ଗଳାଚିପି ହତ୍ୟା କରିଛନ୍ତି । ଏହାପରେ ଏକ ଖାଲି ପଡିଥିବା ଫ୍ଲାଟରେ ଶବକୁ ଫୋପାଡ଼ି ଫେରାର ହୋଇଯାଇଛନ୍ତି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପତିଙ୍କୁ ଗିରଫ କରିଛି । ପଚରାଉଚୁରା ପରେ ବ୍ୟକ୍ତି ଜଣଙ୍କ ନିଜ ଦୋଷ ସ୍ୱୀକାର କରିଛନ୍ତି ।

ଆହୁରି ପଢନ୍ତୁ: ସାମ୍ନାକୁ ଆସିଲା ସୁସ୍ମିତାଙ୍କ ବିବାହ ତାରିଖ, ଜାଣନ୍ତୁ କେବେ ଧରିବେ ବୟଫ୍ରେଣ୍ଡ ରୋହମନଙ୍କ ହାତ

ଏହି ଘଟଣାଟି ଆଗ୍ରା ଏତ୍ମାଦୋୖଲା ଅଂଚଳର ସୁଦାମପୁରୀ ଗ୍ରାମର ଅଟେ । ଏଠାରେ ରହୁଥିବା ୨୮ ବର୍ଷୀୟା ଅଞ୍ଜଳିଙ୍କର ଅନ୍ୟ କାହାସହ ଫୋନରେ କଥାହେବା ତାଙ୍କ ସ୍ୱାମୀକୁ ପସନ୍ଦ ନଥିଲା । ସେ ଫୋନରେ କଥା ହେଉଥିବା ବେଳେ କ୍ରୋଧରେ ଆସି ତାଙ୍କ ସ୍ୱାମୀ ପ୍ରଥମେ ତାଙ୍କୁ ଅଲଆଉଟ ପିଆଇ ଦେଇଥିଲେ ଏବଂ ଏଥିରେ ତାଙ୍କ ମୃତ୍ୟୁ ନହେବାରୁ ଶେଷରେ ଗଳାଚିପି ହତ୍ୟା କରିଥିଲେ । ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ବ୍ୟକ୍ତି ଜଣଙ୍କୁ ଗିରଫ କରିଥିଲେ ।

ଆହୁରି ପଢନ୍ତୁ: ପୁଲ ଟେବୁଲ ପକେଟରେ ବଲ ବଦଳରେ ବାହାରିଲା ସାପ, ଖେଳ ଛାଡି ଦୌଡିଲେ ଖେଳାଳ

ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରିବାକୁ ଯାଇ ଯେତେବେଳେ ଅଭିଯୁକ୍ତଙ୍କୁ ପଚରାଉଚୁରା କରିଥିଲେ ସେ ସବୁ ସତ କଥା ମାନିଯାଇଥିଲେ । ଅଭିଯୁକ୍ତଙ୍କ କହିବା ଅନୁଯାୟୀ ତାଙ୍କ ପତ୍ନୀ କାହା ସହ ସବୁବେଳେ ଫୋନରେ କଥା ହେଉଥିଲେ । ସେଥିପାଇଁ ସେ ତାଙ୍କୁ ବାରମ୍ବାର ମନା ମଧ୍ୟ କରିଥିଲେ କିନ୍ତୁ ସେ ତାଙ୍କ କଥା ଶୁଣିନଥିଲେ । ଏହି କଥାକୁ ନେଇ ରାତିରେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ବ୍ୟକ୍ତି ଜଣଙ୍କ ରାଗିକି ନିଜ ପତ୍ନୀଙ୍କୁ ଅଲଆଉଟ ପିଆଇ ଦେଇଥିଲେ । ସେଥିରେ ତାଙ୍କର ମୃତ୍ୟୁ ନହେବାରୁ ନିଜ ହାତରେ ଗଳାଚିପି ତାଙ୍କର ହତ୍ୟା କରିଥିଲେ । ଶେଷରେ ପାଖରେ ଖାଲି ପଡିଥିବା ଏକ ଫ୍ଲାଟରେ ତାକୁ ଫୋପାଡ଼ି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.