ଆକ୍ଟିଭ ଆଇଏଏସ, ଚାଲିଚାଲି ଡ୍ରେନେଜ ବ୍ୟବସ୍ଥାର ସ୍ଥିତି ପରଖିଲେ ପୁରୀ ଜିଲ୍ଲାପାଳ

ଆକ୍ସନରେ ଆଇଏଏସ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ତତ୍କାଳ ପରିଦର୍ଶନ ପାଇଁ ଚର୍ଚ୍ଚାରେ ଆଇଏଏସ ଅଧିକାରୀ। ପୁରୀ ବେଳାଭୂମି ସଫା କରିବା ପରେ ଅଚାନକ ସହରରେ ଡ୍ରେନେଜ ସମସ୍ୟାର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ। ଡ୍ରେନେଜ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଗତକାଲି ରାତିରେ ସହରର ମୁଖ୍ୟ ଡ୍ରେନ ପରିଦର୍ଶନ କରିଛନ୍ତି। ନିଜେ ଚାଲିଚାଲି ସହରର କୃତ୍ରିମ ବନ୍ୟା ଦେଖିବୁଲିଥିଲେ। ସାହି ବାସିନ୍ଦାଙ୍କ ସହ ଆଲୋଚନା କରି ପୌରାଧିକାରୀ ଓ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.