Below header

ଦିଲ୍ଲୀ ସମେତ ଏହି ୭ ରାଜ୍ୟକୁ ପାଣିପାଗ ବିଭାଗର ସତର୍କ ସୂଚନା, ପ୍ରବଳ ବର୍ଷା ସାଙ୍ଗକୁ ଏତିକି ବେଗରେ ବହିବ ପବନ

ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି। କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହାରି ଭିତରେ ପାଣିପାଗ ବିଭାଗ ରାଜଧାନୀ ଦିଲ୍ଲୀ ସମେତ ୭ ରାଜ୍ୟରେ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ସୂଚନାନୁଯାୟୀ, ଦିଲ୍ଲୀ-ଏନସିଆରରେ ଦିନସାରା ଆକାଶରେ ବାଦଲ ଢାଙ୍କି ହୋଇ ରହିଥିବାରୁ ବୁଧବାର ସନ୍ଧ୍ୟା ପଯ୍ୟର୍ନ୍ତ ବର୍ଷା ଲାଗିବ। ଦିଲ୍ଲୀ ସହ ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ନାଗାଲାଣ୍ଡରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି।

rain rain

ଘଣ୍ଟା ପ୍ରତି ୪୦ କିମି ବେଗରେ ବହିପାରେ ପବନ
ଆପଣଙ୍କୁ କହି ରଖୁଛୁ ଯେ ଦିଲ୍ଲୀ-ଏନସିଆରରେ ଗତ ଦୁଇଦିନ ପୂର୍ବରୁ ଝିପିଝିପି ବର୍ଷା ଲାଗିରହିଥିଲା। ଏଥିରେ ଦିଲ୍ଲୀବାସୀଙ୍କୁ ତାତିରୁ ସାମାନ୍ୟ ମୁକ୍ତି ମିଳିଥିଲା। କିନ୍ତୁ ସୋମବାରଠାରୁ ପୁଣି ଗୁଳୁଗୁଳି ସାଙ୍ଗକୁ ଗରମ ଅନୁଭୂତ ହୋଇଥିଲା। ଏବେ ପୁଣିଥରେ ଦିଲ୍ଲୀ-ଏନସିଆରରେ ବୁଧବାର ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ଆସନ୍ତା ୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ଠାଣେ, ପାଲଘର ଏବଂ ରାୟଗଡ଼ରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବା ନେଇ ସତର୍କ ଜାରି କରାଯାଇଛି।

ଏହାସହ ପଢ଼ନ୍ତୁ: ଯାଆଁଳା ଛୁଆଙ୍କୁ କାରରେ ଲକ୍‌ କରି ଭୁଲିଗଲେ ବାପା, ୮ ଘଣ୍ଟା ପରେ ଫେରି ଦେଖିଲେ ଏପରି ଦୃଶ୍ୟ

ବିହାର ଓ ଝାଡ଼ଖଣ୍ଡରେ ବି ବର୍ଷାର ପ୍ରଭାବ
ପାଣିପାଗ ବିଭାଗର କହିବାନୁଯାୟୀ, ଉତ୍ତର, ମଧ୍ୟ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗର ଆଡ଼ୁ ପାଖାପାଖି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବିହାର ଏବଂ ଝାଡ଼ଖଣ୍ଡରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଦେଇଛି। ଯଦିଓ ଉତ୍ତର ପ୍ରଦେଶରେ ବର୍ତ୍ତମାନ ମନସୁନର ଗତି ସାମାନ୍ୟ କମ୍‌ ରହିଛି ଏବଂ କେତେକ ଜିଲାରେ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲାରେ ବର୍ଷା ହୋଇପାରେ।

heavy h

କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି
କେତେକ ରାଜ୍ୟରେ ଲଗାତାର ଭାବେ ବର୍ଷା ହେବା ଯୋଗୁ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଆସାମ, ବିହାର, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରରେ ପ୍ରବଳ ବର୍ଷାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିହାର ଏବଂ ଆସାମରେ ବର୍ଷା ପରେ ଆସିଥିବା ବନ୍ୟା ଯୋଗୁ ଲକ୍ଷାଧିକ ଲୋକଙ୍କ ଜୀବନ ସଙ୍କଟ ସ୍ଥିତିରେ ରହିଛି। ଏହି ଦୁଇ ରାଜ୍ୟରେ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ବର୍ଷା ତାଣ୍ଡବ ରଚିଛି। ଏଠାରେ ରେଳଧାରଣାରେ ବର୍ଷାପାଣି ଚାଲିଥିବାରୁ ଶନିବାର ବଦଲାପୁର ଏବଂ ବାନଗାନୀ ରୁଟ୍‌ରେ ଚାଲୁଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ ପାଣିରେ ଫସିଯାଇଥିଲା। ଏହି ଟ୍ରେନରେ ୭୦୦ ଯାତ୍ରୀ ଥିଲେ। ସେମାନଙ୍କୁ ଭାରତୀୟ ସେନା, ଭାରତୀୟ ବାୟୁସେନା, ଏନଡିଆରଆଫ୍‌ ଯବାନମାନେ କିଛି ଘଣ୍ଟା ପରିଶ୍ରମ ପରେ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.