ଫ୍ୟାନ ମାନଙ୍କ ପାଇଁ ଖୁସିଖବର ‘ତାରକ ମେହେତା କା ଉଲଟା ଚସମା’କୁ ଫେରୁଛନ୍ତି ଦିଶା ବକାନି

ଟିଭି ଶୋ ‘ତାରକ ମେହେତା କା ଉଲଟା ଚସମା’ର ପ୍ରତ୍ୟେକ ଚରିତ୍ର ଲୋକଙ୍କ ମଧ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି । ଦୀର୍ଘ ଦିନ ଧରି ସୋ’ରେ ଦିନବେନ୍ ଭୂମିକାରେ ଅଭିନୟ କରୁଥିବା ଦିଶା ବକାନି ଗାୟବ ଥିଲେ । ବର୍ତ୍ତମାନ ଖବର ଆସୁଛି ଯେ ଯଦି ସବୁ କିଛି ଠିକ୍ ହୁଏ, ତେବେ ଦିଶା ପୁଣିଥରେ ଶୋ’ରେ ଏଣ୍ଟ୍ରି କରିବେ ।

ଖବର ଅନୁଯାୟୀ, ତାରକ ମେହେତା କା ଉଲଟା ଚସମାକୁ 12 ବର୍ଷ ପୁରଣ ହେବାକୁ ଯାଉଛି ଏବଂ ଏହି ଶୋ’ର 3000 ଏପିସୋଡ୍ ପୁରଣ ହେବ । ତେବେ 12 ବର୍ଷ ପୂର୍ତ୍ତି ଅବସରରେ ଏହି ଶୋ’ରେ ଏକ ସେଲିବ୍ରେସନ ହେବାକୁ ଯାଉଛି ଯେଉଁଥିରେ ଦିଶା ବକାନି ନଜର ଆସିବେ । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଶୋ’ର ନିର୍ମାତାମାନେ ଏ ବିଷୟରେ କୌଣସି ମତ ଦେଇନାହାନ୍ତି କିନ୍ତୁ ଦିଶା ପୁଣିଥରେ ଫେରୁଛନ୍ତି ବୋଲି ଅନେକ ସୂତ୍ରରୁ ଖବର ମିଳିଛି ।

2017 ମସିହାରେ ଦିଶା ମ୍ୟାର୍ଟିନିଟି ଛୁଟିରେ ଯାଇଥିଲେ ଏବଂ ସେବେଠାରୁ ସେ ଏପର୍ଯ୍ୟନ୍ତ ଶୋ’ରେ ଅଭିନୟ କରିନାହାଁନ୍ତି । ଅନେକ ଥର ଖବର ଆସିଥିଲା ​​ଯେ ତାଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ନିଆଯିବ । କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ କାହାକୁ ତାଙ୍କ ସ୍ଥାନରେ ନିଆଯାଇ ନାହିଁ ।

ସୂଚନା ଅନୁଯାୟୀ ମହାରାଷ୍ଟ୍ର ସରକାର ନିୟମକୁ ଟିକିଏ କୋହଳ କରି ଟିଭି ଏବଂ ଚଳଚ୍ଚିତ୍ରର ସୁଟିଂ ପୁଣିଥରେ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଯାହା ପରେ ତାରକ ମେହେତା କା ଉଲଟା ଚସମାର ନିର୍ମାତା ଅସିତ ମୋଦୀ ଖୁବ୍ ଶୀଘ୍ର ଏହି ଶୋ ପାଇଁ ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.