ଆପଣ ବି ଭୁଲ ସମ୍ପର୍କରେ ଫସି ଯାଇଛନ୍ତି କି ! ପାର୍ଟନରଙ୍କ ସହ କଥା ହୋଇ ଏହି ଉପାୟରେ କରନ୍ତୁ ବ୍ରେକ୍‌ଅପ୍‌, ପଛକୁ ରହିବ ନାହିଁ କୌଣସି ସମସ୍ୟା

କୌଣସି ସମ୍ପର୍କକୁ ଗଢ଼ିବା ଓ ଶେଷ ପର୍ଯ୍ୟନ୍ତ ତାହାକୁ ବଜାୟ ରଖିବା ଦୁଇଟି ଭିନ୍ନ କଥା। ବର୍ତ୍ତମାନ ସମୟରେ ଲୋକମାନେ ଯେତେ ଶୀଘ୍ର ସମ୍ପର୍କ ଗଢ଼ୁଛନ୍ତି ସେତେ ଶୀଘ୍ର ଭାଙ୍ଗୁଛନ୍ତି ମଧ୍ୟ। ଏଣୁ ଏବେ ସାମାଜିକ ସମ୍ପର୍କରେ ଏତେଟା ଦୃଢ଼ତା ରହୁନାହିଁ। ସେହି ଅନୁସାରେ ପରସ୍ପର ପ୍ରତି ମନୋଭାବ ମଧ୍ୟ ବଦଳୁଛି। ଏଭଳି ସ୍ଥିତିରେ ଯଦି ଆପଣ କୌଣସି ଭୁଲ ସମ୍ପର୍କରେ ଫସିଯାଇଛନ୍ତି ତେବେ ସେଠାରୁ ବାହାରିଆସିବା ହିଁ ବୁଦ୍ଧିମାନର କାମ। କାରଣ ଏକ ଭୁଲ ସମ୍ପର୍କ ସବୁବେଳେ ଦୁଃଖର କାରଣ ସାଜିଥାଏ। ଏମିତି ସମୟରେ ବ୍ରେକ୍‌ଅପ୍‌ କରିବା ମଧ୍ୟ ଆପଣଙ୍କ ପାଇଁ ଏକ ବଡ଼ ସମସ୍ୟା ସାଜିପାରେ। ତେବେ ଆଜି ଆସନ୍ତୁ ଜାଣିବା ଭୁଲ ସମ୍ପର୍କରେ ଥିଲେ ସେଥିରୁ ମୁକୁଳିବାର କେତେକ ସହଜ ଉପାୟ…

Relationship Advice: How to Get Out of a Rut

ଶାନ୍ତ ହୋଇ ଏନେଇ କଥା ହୁଅନ୍ତୁ:

କୌଣସି ସମସ୍ୟାର ସମାଧାନ ପାଇଁ ଧୈର୍ଯ୍ୟ ନିହାତି ଆବଶ୍ୟକ। ବ୍ରେକ୍‌ଅପ୍‌ ବିଷୟରେ ସାଥୀଙ୍କ ସହ କଥା ହେବା ବେଳେ ବି ଆପଣ ଧୈର୍ଯ୍ୟ ଧରନ୍ତୁ। କାରଣ ଇମୋସନାଲ ଥିବା ବେଳେ ଆମେ କିଛି ଏଭଳି କଥା କହିଦେଉ ଯେଉଁଥିପାଇଁ ପରେ ଅନୁତାପ କରିବାକୁ ପଡ଼ିଥାଏ। ଏଣୁ ବ୍ରେକ୍‌ଅପ୍‌ ବିଷୟରେ କଥା ହେବା ବେଳେ ପାର୍ଟନରଙ୍କୁ ସବୁ ବିଷୟରେ ଖୋଲାଖୋଲି କୁହନ୍ତୁ। କେଉଁ କାରଣରୁ ଆପଣ ଏହି ସମ୍ପର୍କକୁ ଏଇଠି ସାରିବାକୁ ଚାହୁଁଛନ୍ତି ତାଙ୍କୁ ବୁଝାନ୍ତୁ। କୌଣସି ବାଧିଲା ଭଳି କଥା ନ କହି ତାଙ୍କୁ ବୁଝାଇ ସାରିବା ପରେ ହିଁ ସମ୍ପର୍କ କାଟନ୍ତୁ।

9 Weird Physical Signs That Your Partner May Not Be Happy In Your ...

ପାର୍ଟନରଙ୍କ ଭାବନାକୁ ସମ୍ମାନ ଦେବାକୁ ଯେମିତି ନ ଭୁଲନ୍ତି:

ବ୍ରେକ୍‌ଅପ୍‌ ବିଷୟରେ କଥା ହେବା ପୂର୍ବରୁ ପାର୍ଟନର ଫ୍ରି ଅଛନ୍ତି କି ନାହିଁ ପଚାରି ବୁଝନ୍ତୁ। ତାଙ୍କ କାମ ସମୟରେ ଏହି କଥା କହି ତାଙ୍କୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଏଥିସହ ଆପଣଙ୍କୁ ତାଙ୍କ ବିଷୟରେ କ’ଣ ପସନ୍ଦ ଅପସନ୍ଦ ତାହା କୁହନ୍ତୁ। ଆପଣ କାହିଁକି ତାଙ୍କ ସହ ରହିବାକୁ ଚାହୁଁନାହାନ୍ତି ତାହା ମଧ୍ୟ କୁହନ୍ତୁ।

Dating Tips: Top Relationship Mistakes to Avoid - Bentigos Media

ଅଲଗା ହେବା କାହିଁକି ଜରୁରୀ ତାହା ବୁଝାନ୍ତୁ:

ପାର୍ଟନରଙ୍କ ସହ ବ୍ରେକଅପ୍‌ ବିଷୟରେ କଥା ହେବା ବେଳେ ନିଜ ଭାବନାକୁ ଖୋଲାଖୋଲି ପ୍ରକାଶ କରନ୍ତୁ। ସମ୍ପର୍କକୁ ଶାନ୍ତିରେ ସାରନ୍ତୁ। ନଚେତ୍‌ ପରେ ଏହା ଆପଣଙ୍କ ଜୀବନ ନଷ୍ଟ କରିପାରେ। ଏବେ ପାର୍ଟନରଙ୍କ କେଉଁ କଥାକୁ ଆପଣ ଗ୍ରହଣ କରିପାରୁନାହାନ୍ତି ତାହା କୁହନ୍ତୁ ଓ ନିଜ ନିଷ୍ପତ୍ତି ଶୁଣାନ୍ତୁ।

LISTEN: Rules For (fair) Couple Fights | Murphy, Sam & Jodi

ପାର୍ଟନରଙ୍କ ରିଆକ୍ସନ୍‌ ପାଇଁ ପ୍ରସ୍ତୁତ ରୁହନ୍ତୁ:

ବ୍ରେକ୍‌ଅପ୍‌ ବିଷୟରେ କଥା ହେବା ବେଳେ କେବଳ ନିଜ କଥା କୁହନ୍ତୁନି ପାର୍ଟନରଙ୍କ କଥା ବି ଶୁଣନ୍ତୁ। ସେ କ’ଣ ଚାହୁଁଛନ୍ତି ତାହା ଶୁଣିବା ବି ଉଭୟଙ୍କ ପାଇଁ ଜରୁରୀ। ତାଙ୍କ ଉତ୍ତରରୁ ହିଁ ଆପଣ ଜାଣିପାରିବେ ସେ ଆପଣଙ୍କ ବିଷୟରେ କ’ଣ ଚିନ୍ତା କରନ୍ତି। ଏଥିସହ ଯଦି ଆପଣଙ୍କର କିଛି ଭୁଲ ଧାରଣା ଥାଏ ତାହା ବି କ୍ଳିୟର ହୋଇଯିବ। ସବୁବେଳେ ଧ୍ୟାନ ରଖିବେ ବ୍ରେକ୍‌ଅପ୍‌ ଯେମିତି ଶାନ୍ତିରେ ହୋଇଯାଉ ନଚେତ୍‌ ଏହି ପୁରୁଣା ସମ୍ପର୍କ ପାଇଁ ଆପଣଙ୍କ ନୂଆ ସମ୍ପର୍କ ବି ଖରାପ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.