Below header

କିସିଂ ବାବାଙ୍କ କାର୍‌ନାମା : ନିଜେ ତ କରୋନାରେ ମଲେ, ଅନ୍ୟମାନଙ୍କୁ ଚୁମ୍ବନ ଦେଇ ପକାଇ ଗଲେ ବିପଦରେ

ଭୋପାଳ : ବିଜ୍ଞାନ ଯେତେ ଆଗେଇଲେ ବି ମନ୍ତ୍ର ଯନ୍ତ୍ର, ଝଡ଼ା ଫୁଙ୍କାରୁ ଏବେ ବି ଲୋକେ ମୁକୁଳି ପାରି ନାହାନ୍ତି । ରୋଗ ହେଲେ ମେଡିକାଲ ଯିବା ପରିବର୍ତ୍ତେ ବାବା ଓ ତାନ୍ତ୍ରିକ ପାଖକୁ ଯାଉଛନ୍ତି । ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମ୍‌ ଜିଲ୍ଲା ନୟାପୁରା ଅଞ୍ଚଳରେ ।

ଯେଉଁଠି ବାବା କିସ୍‌ ବା ଚୁମ୍ବନ ଦେଇ କରୋନା ରୋଗ ଭଲ କରୁଥିବା ଦାବି କରୁଥିଲେ । ସେଠାରେ ଲୋକେ ମଧ୍ୟ ତାଙ୍କୁ ‘କିସିଂ ବାବା’ ନାମରେ ଡାକୁଥିଲେ । ଏହି ବାବାଙ୍କ ପ୍ରକୃତ ନାମ ହେଲା ଅସ୍‌ଲମ୍‌ ବାବା । ଫଳରେ କରୋନା ରୋଗ ପାଇଁ ବାବାଙ୍କ ପାଖରେ ଭିଡ଼ ଲାଗୁଥିଲା ।

kissing-2

ବାବା ଲୋକଙ୍କ ହାତକୁ ଚୁମ୍ବନ ଦେଇ ଘରକୁ ପଠାଇ ଦେଉଥିଲେ । କହୁଥିଲେ, ‘ଯାଅ ଏବେ ଭଲ ହୋଇଯିବ’ । ଲୋକେ ମଧ୍ୟ ଚୁମ୍ବନ ନେଇ ଖୁସିରେ ଘରକୁ ଫେରୁଥିଲେ । କାରଣ କରୋନା ପାଇଁ ଏଯାଏ କୈାଣସି ମେଡିସିନ୍‌ ବାହାରି ନଥିବାରୁ ଲୋକେ ବାବାଙ୍କୁ ବିଶ୍ୱାସ କରୁଥିଲେ ।

ଏଭଳି ଅନ୍ଧ ବିଶ୍ୱାସଠୁ ଦୂରରେ ରହିବାକୁ ପ୍ରଶାସନ ଯେତେ ସଚେତନତା କରିଥିଲେ ମଧ୍ୟ ଏହା ଲୋକଙ୍କୁ ଛୁଇଁ ନଥିଲା । ରୋଗ କେତେ ଭଲ ହେଉଥିଲା କି ନାହିଁ ସେ କଥା ତ ଜଣା ପଡ଼ିନାହିଁ ।

kissing-1

ହେଲେ ଗତ ୪ ତାରିଖରେ ବାବାଙ୍କ ମୃତ୍ୟୁ କରୋନାରେ ହେବା ପରେ ବାବାଙ୍କ ଠାରୁ ଚୁମ୍ବନ ନେଇଥିବା ଲୋକଙ୍କ ମନକୁ ପାପ ଛୁଇଁଛି । ସଭିଏଁ କହୁଛନ୍ତି, ବାବା ମଲେ ତ ମଲେ ହେଲେ ସମସ୍ତଙ୍କ ମଧ୍ୟରେ କରୋନାର ମଞ୍ଜି ବୁଣି ଦେଇ ଗଲେ ।

ସଭିଏଁ ଏବେ ଭୟ ଓ ଆତଙ୍କ ମଧ୍ୟରେ ଗତି କରୁଛନ୍ତି । ବାବାଙ୍କ ସଂସ୍ପର୍ଶରେ ଆସିଥିବା ୨୪ ଜଣ ଅନୁଗତଙ୍କ ଠାରେ ଏବେ କରୋନା ଭୁତାଣୁ ମିଳିବା ପରେ ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ନୟାପୁରା ଅଞ୍ଚଳର ପ୍ରାୟ ୫୦ ବାବାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ।

ଅଞ୍ଚଳର ଅନ୍ୟ ୧୫୦ ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ରଖାଯାଇଛି । ପୁରା ଅଞ୍ଚଳକୁ ସିଲ୍‌ କରାଯାଇଥିବା ଜିଲ୍ଲା ପ୍ରଶାସନ ପ୍ରକାଶ କରିଛି । କେତେ ଲୋକଙ୍କୁ ବାବା କରୋନା ବାଣ୍ଟିଛନ୍ତି ତାହା ଏବେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.