ଭୁବନେଶ୍ବର: କୋଭିଡ ହସ୍ପିଟାଲରୁ ଫେରାର କରୋନା ଆକ୍ରାନ୍ତ ସନ୍ଦିଗ୍ଧଙ୍କୁ ମାଡି ବସିଲେ ଲୋକେ, ଉଠାଇ ନେଲେ ଡାକ୍ତରଖାନା କର୍ମଚାରୀ

କେନ୍ୟୁଜ୍ (ବ୍ୟୁରୋ): ପୁଣି ଏକ ସୁପର ସ୍ପ୍ରେଡର କରୋନା ପଜେଟିଭଙ୍କ ଆତଙ୍କରୁ ବର୍ତ୍ତିଗଲା ରାଜଧାନୀ ଭୁବନେଶ୍ବର।  ଆଜି  ଜଣେ କରୋନା ଆକ୍ରାନ୍ତ ଥିବା ବୃଦ୍ଧଙ୍କୁ ମେଡିକାଲ ନେବା  ବାଟରେ  ହଠାତ ପୋଲିସଙ୍କୁ ଧକ୍କା  ଦେଇ  ଫେରାର ହୋଇଯାଇଥିଲେ ବୃଦ୍ଧ ଜଣକ। ପରେ ଭୁବନେଶ୍ବରର କଳିଙ୍ଗ ଷ୍ଟୁଡିଓ ଛକରେ  ଆସି ବୁଲା ବୁଲି  କରୁଥିଲେ।  ବୃଦ୍ଧ ଜଣଙ୍କ ହାବଭାବ ଦେଖି ଲୋକେ ତାଙ୍କ ଉପରେ ସନ୍ଦେହ ପ୍ରକଟ  କରିଥିଲେ। ବୁଝୁ  ବୁଝୁ ଜଣାପଡିଥିଲା ବୃଦ୍ଧ ଜଣକ ନିକଟସ୍ଥ କୋଭିଡ ହସ୍ପିଟାଲରୁ ଖସି ଆସିଛନ୍ତି।

ଏହି କଥା ଶୁଣି କିଛି ଲୋକେ ବୃଦ୍ଧଙ୍କୁ କାବୁ କରି ପୋଲିସ ଓ କୋଭିଡ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ। ପରେ ପିପିଇ କିଟ ପିନ୍ଧ କୋଭିଡ ହସ୍ପିଟାଲର ଟିମ  ଓ ପୋଲିସ ଆସି ବୃଦ୍ଧଙ୍କୁ  ଆମ୍ବୁଲାନ୍ସରେ ନେଇଥିଲେ। ଏହା ସହିତ ବୃଦ୍ଧଙ୍କୁ ଯେଉଁମାନେ କାବୁ  କରିଥିଲେ ସେମାନଙ୍କୁ ମଧ୍ୟ ଆମ୍ବୁଲାନ୍ସରେ ନେଇ କୋଭିଡ ହସ୍ପିଟାଲକୁ  ନେଇଥିଲେ। ତେବେ ଏହି ଘଟଣା ପରେ ଭୁବନେଶ୍ବର ଏକ ସୁପର ସ୍ପ୍ରେଡରରୁ ବର୍ତ୍ତି ଯାଇଛି ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.