Below header

ପୁଣିଥରେ ଲାଗୁ ହୋଇପାରେ ଦେଶରେ ଲକଡାଉନ, ବିଶ୍ଵରେ ଏବେ ଡେଞ୍ଜର ଜୋନରେ ରହିଛି ଭାରତ

ଲକଡାଉନକୁ ଅନଲକ କରିବାର ନିଷ୍ପତ୍ତି ଆଗାମୀ ସମୟରେ ଭାରତ ପାଇଁ ଭାରି ପଡିପାରେ । ଜାପାନର ଆର୍ଥିକ ଅନୁସନ୍ଧାନ ସଂସ୍ଥା ନୋମୁରା ଅନୁଯାୟୀ ଭାରତରେ କରୋନା ସ୍ଥିତି ସମୟ ସହିତ ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଭାରତକୁ ପୁଣି ଥରେ ଲକଡାଉନ କରାଯିବା ଉଚିତ । ସୂଚନା ଅନୁଯାୟୀ ନୋମୁରା 15 ଟି ଦେଶ ମଧ୍ୟରେ ଭାରତକୁ ତାଲିକାଭୁକ୍ତ କରିଛି ଯେଉଁଠାରେ ଲକଡାଉନ୍ କୋହଳ ହେତୁ କରୋନା ଜୀବାଣୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ନୋମୁରା ଏହାର ଅନୁସନ୍ଧାନରେ ଦୁନିଆର 45ଟି ଦେଶକୁ 3 ଟି କାଟାଗୋରି କରିଛି । ପ୍ରଥମ ବର୍ଗ ହେଉଛି ‘ଅନ୍ ଟ୍ରାକ’, ଦ୍ୱିତୀୟ ଶ୍ରେଣୀ ହେଉଛି ‘ୱାର୍ଣ୍ଣିଙ୍ଗ ସାଇନ’ ଏବଂ ତୃତୀୟ ଶ୍ରେଣୀ ହେଉଛି ‘ଡେଞ୍ଜର ଜୋନ୍’ । ତେବେ ନୋମୁରା ଭାରତକୁ ଡେଞ୍ଜର ଜୋନରେ ସ୍ଥାନିତ କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଲକଡାଉନ୍ କୋହଳ ଦ୍ୱାରା ଦୁଇ ପ୍ରକାର ପରିସ୍ଥିତି ସୃଷ୍ଟି ହେବ । ପ୍ରଥମରେ ଲକଡାଉନ୍ କୋହଳ ହେତୁ ବ୍ୟବସାୟିକ ସେବା ଆରମ୍ଭ ହେବ ଏବଂ ଭିଡ଼ ବୃଦ୍ଧି ହେବ । କିନ୍ତୁ ଏଥିରେ ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଦ୍ଵିତୀୟ ପରିସ୍ଥିତି ପ୍ରଥମ ଅପେକ୍ଷା ବି ଖରାପ ରହିବ । ତେବେ ଆସନ୍ତୁ ଏହି ତିନୋଟି କାଟାଗୋରିରେ କେଉଁ କେଉଁ ଦେଶ ରହିଛି ।

  • ଡେଞ୍ଜର ଜୋନରେ ରହିଛି ଭାରତ, ପାକିସ୍ଥାନ, ସାଉଦି ଆରବ, କଲମ୍ବିଆ, ବ୍ରାଜିଲ, ସିଙ୍ଗାପୁର, ସ୍ୱିଡେନ, ଇଣ୍ଡୋନେସିଆ, ମେକ୍ସିକୋ, କାନାଡା, ଆର୍ଜେଣ୍ଟିନା, ପେରୁ, ଦକ୍ଷିଣ ଆଫ୍ରିକା, ଚିଲି ଏବଂ ଇକ୍ୟୁଏଡର୍ ।
  • ଅନ୍ ଟ୍ରାକରେ ରହିଛି ଅଷ୍ଟ୍ରେଲିଆ, କୋରିଆ, ଫ୍ରାନ୍ସ, ଥାଇଲ୍ୟାଣ୍ଡ, ଇସ୍ରାଏଲ୍, ଇଟାଲୀ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଜାପାନ ଏବଂ ଅନ୍ୟ 8 ଟି ଦେଶ ସହିତ ମୋଟ 17 ଟି ଦେଶ ।
  • ସେହିପରି ୱାର୍ଣ୍ଣିଙ୍ଗ ସାଇନରେ ଆମେରିକା, ବ୍ରିଟେନ, ଡେନମାର୍କ, ଫିନଲ୍ୟାଣ୍ଡ, ହଙ୍ଗେରୀ, ଆୟର୍ଲାଣ୍ଡ, ପୋଲାଣ୍ଡ, ଜର୍ମାନୀ ସହିତ 13 ଟି ଦେଶ ଅନ୍ତର୍ଭୁକ୍ତ ହୋଇଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.