ଅନୁଗୁଳ : ପରକୀୟା ପ୍ରୀତିରୁ ଜୋର ଜବରଦସ୍ତ ବାହାଘର ଘଟଣାରେ ଭିନ୍ନ ମୋଡ଼, ପାଲଟା ଅଭିଯୋଗ ଆଣିଲେ ମହିଳା

ଅନୁଗୁଳ (କେ ନ୍ୟୁଜ୍‌) : ନିକଟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଥିଲା ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଟାପଢୋଲ ଅଞ୍ଚଳରେ ଗତ ରବିବାର ରାତିରେ ପରକୀୟା ପ୍ରୀତି ଅଭିଯୋଗ କରି ଜଣେ ମହିଳାଙ୍କୁ ହଣ୍ଡପା ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ଜବରଦସ୍ତି ବାହା କରି ଦିଆଯାଇଥିଲା । ତେବେ ଏହି ଘଟଣା ଏବେ ଭିନ୍ନ ମୋଡ ନେଇଛି । ମହିଳା ଜଣକ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।

ମହିଳା ଜଣଙ୍କୁ ଶାଶୁ ଘର ଲୋକେ ନିର‌୍ୟାତନା ଦେବା ସହ ତାଙ୍କ ସଂପର୍କୀୟ ଅପା ପୁଅଙ୍କ ସହ ଜବରଦସ୍ତ ବିବାହ କରି ଦେଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ମୋଟ ୪୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଏହା ସହିତ ମହିଳାଙ୍କ ଶ୍ୱଶୁର, ଶାଶୁ, ସ୍ୱାମୀ, ଶ୍ୱଶୁରଙ୍କ ବଡଭାଇଙ୍କୁ ଥାନାରେ ଅଟକ ରଖି ପଚରା ଉଚାରା ଚଳାଇଛି ।
ସଂପୃକ୍ତ ମହିଳା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରବିବାର ତାଙ୍କ ଅପା ପୁଅ ଅନ୍ତୁଳିଆ ଅଞ୍ଚଳକୁ ଥଣ୍ଡା ବ୍ୟବସାୟ ପାଇଁ ଆସିଥିବା ବେଳେ ରାତି ହୋଇଯିବାରୁ ଫେରି ନପାରି ତାଙ୍କ ଘରକୁ ଆସିଥିଲେ । ଯୁବକ ଜଣଙ୍କୁ ଖାଇବାକୁ ଦେଉଥିବା ସମୟରେ ଶ୍ୱଶୁର ବାହାର ପଟୁ କବାଟ ତାଲା ପକାଇ ଦେଇଥିଲେ । ଯେତେ ଡାକିଲେ ମଧ୍ୟ କବାଟ ଖୋଲି ନଥିଲେ । ପ୍ରାୟ ୩ଘଣ୍ଟା ପରେ ଅନ୍ୟାମାନଙ୍କ ସହାୟତାରେ ଶ୍ୱଶୁର ଯୁବକଙ୍କୁ ଏକ ଦଉଡିରେ ବାନ୍ଧି ମାଡ ମାରିଥିଲେ । ତାଙ୍କୁ ମଧ୍ୟ ମାଡ଼ ଦେଇଥିଲେ ।

lady-2ପୂର୍ବରୁ ଶାଶୁ ଘର ଲୋକେ ଯୌତୁକ ନିର‌୍ୟାତନା ଦେଉଥିବା ବେଳେ ଏବେ ମିଥ୍ୟାରେ ପରକୀୟା ପ୍ରୀତି ଅଭିଯୋଗ ଆଣିଛନ୍ତି । ଗାଁରେ ବୈଠକ କରି ଜୋର ଜବରଦସ୍ତ ସମ୍ପର୍କୀୟ ଯୁବକଙ୍କ ସହିତ ବିବାହ କରାଇଥିବା ମହିଳା ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।
ସୂଚନା ଅନୁସାରେ ମହିଳା ଜଣକ ସଂପୃକ୍ତ ଯୁବକଙ୍କ ସହ ଗୋଟିଏ କୋଠରୀରେ ଅସଂଯତ ଅବସ୍ଥାରେ ଥିବା ବେଳେ ତାଙ୍କ ଶ୍ୱଶୁର କବାଟରେ ତାଲା ପକାଇ ଦେଇ ଗାଁ ଲୋକଙ୍କୁ ଡାକିଥିଲେ । ଏପରିକି ବୋହୂର ବାପାଙ୍କୁ ମଧ୍ୟ ଡକାଇଥିଲେ । ଏହା ପରେ ଯୁବକ ଜଣକୁ ଖୁବ୍ ମାରପିଟ କରିବା ପରେ ମହିଳାଙ୍କ ସହ ବିବାହ ମଧ୍ୟ କରାଇଦେଲେ । ମହିଳାଙ୍କ ସ୍ୱାମୀ ବାହାରେ କାମ କରନ୍ତି ଏବଂ ତାଙ୍କ ଅନୁପସ୍ଥିତିରେ ଯୁବକ ଜଣକ ଘରକୁ ଆସି ତାଙ୍କ ସହ ସମ୍ପର୍କ ରଖୁଥିବା ଶ୍ୱଶୁର ଅଭିଯୋଗ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.