ଅନୁଗୁଳ : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା

ଅନୁଗୁଳ : ଜିଲ୍ଲାର ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ କୁଣ୍ଢେଇଗୋଳା ଥାନା ଖଇରାପାଲି ଗ୍ରାମର ଦିଲ୍ଲୀପ କୁମାର ସାହୁ ଗୁରୁବାର ରାତିରେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ । ଫଳରେ ଦିଲ୍ଲୀପଙ୍କୁ ତୁରନ୍ତ ପରିବାର ଲୋକେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ହେଲେ ବହିର୍ବିଭାଗରେ କୈାଣସି ଡାକ୍ତର ନଥିବାରୁ ସେଠାରେ ଥିବା ନର୍ସ ଡାକ୍ତରଙ୍କୁ ତାଙ୍କ ସରକାରୀ ବାସଭବନରୁ ଡାକିବାକୁ କହିଥିଲେ । ସମ୍ପର୍କିୟମାନେ ତାଙ୍କ ସରକାରୀ ବାସ ଭବନକୁ ଯାଇ ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ କୈାଣସି ଡାକ୍ତର ଆସି ନଥିଲେ ।

ଫଳରେ ଦିଲ୍ଲୀପଙ୍କର କୈାଣସି ଚିକିତ୍ସା କରାଯାଇ ପାରି ନଥିଲା । ଏହାକୁ ନେଇ ଡାକ୍ତରଖାନା ପରିସରରେ ସମ୍ପର୍କିୟମାନେ ହୋ ହଲ୍ଲା କରିଥିଲେ । ଫଳରେ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା ।

ANUGUL

ପରେ ଦିଲ୍ଲୀପଙ୍କ ଭାଇ ପ୍ରଦୀପଙ୍କ ପକ୍ଷରୁ ଡାକ୍ତରଙ୍କ ଅବହେଳା ଦର୍ଶାଇ ଛେଣ୍ଡିପଦା ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ପରଦିନ ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ଚନ୍ଦ୍ର ବେହେରା, ଛେଣ୍ଡିପଦା ତହସିଲ୍‌ଦାର ଡାନିଏଲ୍‌ ଏକ୍କା, ଥାନାଧିକାରୀ କନକ ମାଝୀ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା କରିଥିଲେ ।

କ୍ଷତିପୂରଣ ପ୍ରତିଶ୍ରୁତି ସହ ଡାକ୍ତରଙ୍କ ବିରୋଧରେ ତଦନ୍ତ ନର୍ଦ୍ଦେଶ ଓ ନିରପେକ୍ଷ ଭାବେ ଶବ ବ୍ୟବଚ୍ଛେଦ କରିବାକୁ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏ ସମ୍ପର୍କରେ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.