ଆପଣଙ୍କ ଗୋଟିଏ ଦିନର ଆୟ ବି ସେତିକି ନୁହେଁ ଯେମିତି ତୈମୁରଙ୍କ ଗୋଟିଏ ଫଟୋର ଦାମ୍ !

ମୁମ୍ବାଇ : ବଲିଉଡ଼ର ଅଭିନେତା ସୈଫ ଅଲ୍ଲି ଖାନ ଏବଂ କରିନା କପରୁଙ୍କ ଗେଲ୍ହା ପୁଅ ତୈମୁରଙ୍କର ଫ୍ଯାନ୍ କ୍ଳବ ତାଙ୍କ ମାତା-ପିତାଙ୍କ ଠାରୁ ଖୁବ ଅଧିକ। ଏପରିକି ସଠିକ୍ ଭାବେ କଥା କହି ନଶିଖିଥିବା ତୈମୁରଙ୍କ ଡ଼ିମାଣ୍ଡ ଦର୍ଶକଙ୍କ ମଧ୍ୟରେ ବେଶ ଅଧିକ। ତେବେ ଏଠାରେ ଡ଼ିମାଣ୍ଡ ଅର୍ଥ ତାଙ୍କ ଆଟିଟ୍ଯୁଡ଼ ବିଷୟରେ କୁହାଯାଉ ନାହିଁ ବରଂ ତାଙ୍କ ଗୋଟିଏ ଫଟୋର ମୂଲ୍ଯ ବିଷୟରେ କୁହାଯାଉଛି। ମିଡ଼ିଆରେ ତୈମୁରଙ୍କ ଫଟୋ ସବୁଠାରୁ ଅଧିକ ଦାମରେ ବିକ୍ରି କରାଯାଉଛି। ଏହା ଆମେ ନୁହଁ ଖୋଦ ତୈମୁରଙ୍କ ପିତା ସୈଫ୍ କହିଛନ୍ତି।

taimur ali khan

ସୈଫ ଅଲ୍ଲି ଖାନ ନିକଟରେ କରଣ ଜୋହରଙ୍କ ଶୋ କଫି ଉଇଥ କରଣରେ ନଜର ଆସିଥିଲେ। ଏଠାରେ ସେ କହିଥିଲେ ତୈମୁରଙ୍କ ଗୋଟିଏ ଫଟୋ ୧୫୦୦ଟଙ୍କାରେ ବିକ୍ରି ହେଉଛି। ଏହା ସୈଫଙ୍କୁ ତୈମୁରଙ୍କ ଅଜା ଅର୍ଥାତ କରିନାଙ୍କ ବାପା କହିଥିଲେ। ଏଥିସହ କରଣ କହିଥିଲେ ତୈମୁରଙ୍କ ଫ୍ଯାନ୍ସ ଏବଂ ଡ଼ିମାଣ୍ଡ କୌଣସି ଷ୍ଟାରଙ୍କଠୁ କମ ନୁହଁ କହିଥିବା ବେଳେ ଏହି ତାଲିକାରେ ନିଜକୁ ସର୍ବ ତଳେ ରଖିଥିଲେ।

Leave A Reply

Your email address will not be published.