Below header

କାହାକୁ କହିବା ଦୁଃଖ, ପ୍ରମୋସନ୍‌ ନେବାକୁ ଚାହୁଁନି ବାଘମାରୀ ଫାଣ୍ଡି

ବେଗୁନିଆ (କେନ୍ୟୁଜ୍‌): ଥାନା ଅଛି । ହେଲେ ପୋଲିସ କର୍ମଚାରୀ ନାହାନ୍ତି । ଅସୁବିଧାରେ ପଡିଲେ ବି ଲୋକେ ସାହାଯ୍ୟ ନେଇ ପାରୁ ନାହାନ୍ତି । ପୋଲିସ ସୁରକ୍ଷା ଦେବ କଣ ଯେମିତି ନିଜେ ସୁରକ୍ଷା ଖୋଜୁଛି । ପୋଲିସ୍‌ର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ର ବାଘମାରୀ ଠାରେ ।

PHANDI NEW_1

ଏଠି ପୋଲିସ ଫାଣ୍ଡି ଅନେକ ବର୍ଷରୁ ଏକ ବେସରକାରୀ ଘରେ ଚାଲିଛି । ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ଏହି ଅଞ୍ଚଳ । ତା ସହିତ ଏଠାରେ ରହିଛି ଦୁଇ ଦୁଇଟି ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର । ତଥାପି ଏହି ଫାଣ୍ଡିର ଉନ୍ନତିକରଣ ପାଇଁ କେହି ଧ୍ୟାନ ଦେଉ ନାହାନ୍ତି । ଏଠାରେ ଏକ ଥାନା ପ୍ରତିଷ୍ଠା ଦାବି ପରେ ଏହି ଫାଣ୍ଡିକୁ ଥାନାର ମାନ୍ୟତା ମିଳିଛି । ହେଲେ ଥାନାର ସିନା ପ୍ରମୋସନ୍‌ ହେଲା କିନ୍ତୁ ସେଇ ପୁରୁଣା ଦୋକାନ ଘରୁ ଆଉ ପ୍ରମୋସନ ହେଲା ନାହିଁ । ଲାଗୁଛି ଯେମିତି ପ୍ରମେସେନ ନେବାକୁ ରାଜି ନୁହେଁ ଏହି ଫାଣ୍ଡି ।

ପୁଣି ଆବଶ୍ୟକ କର୍ମଚାରୀ ନାହାନ୍ତି । ଜଣେ ଅଧିକାରୀଙ୍କ ସହ ଆଉ ୩ ଜଣ କନେଷ୍ଟବଳ । ତେଣୁ ଲୋକଙ୍କ ହାନିଲାଭ ଠିକଣା ଭାବେ ବୁଝି ପାରୁ ନାହାନ୍ତି । ସେମାନଙ୍କୁ ସୁରକ୍ଷା ମିଳୁ ନାହିଁ ବୋଲି ଅଭିଯୋଗ କରି ଖୋର୍ଦ୍ଧା ଏସ୍‌ପିଙ୍କୁ ଗୁହାରୀ କରିଛନ୍ତି ଏଠାକାର ବାସିନ୍ଦା । ୧୫ ବର୍ଷ ପୂର୍ବେ ଯେଉଁ ଦୋକାନ ଘରେ ଏହି ଫାଣ୍ଡି ଆରମ୍ଭ ହୋଇଥିଲା, ସେଇଠାରେ ଅଛି ।

ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ସମସ୍ୟା, ଡକାୟତି, ଲୁଟ ଆଦି ଘଟିଲେ ଥାନା ବାବୁ ବା କାହିଁକି ଟେନସନ୍‌ ନେବେ । କର୍ମଚାରୀ କମ୍‌ ଅଛନ୍ତି କହି ଅନେକ ମାମଲାର ସଠିିକ ତଦନ୍ତ ହେଉ ନଥିବା ସାଧାରଣ ଲୋକେ କହିଛନ୍ତି । ପୁଣି ବିଭିନ୍ନ ମାମଲାରେ ଅସହଯୋଗ କରୁଥିବା ଅଭିଯୋଗ କରିଛନ୍ତି ଲୋକେ ।

KHURDHA SP OFFICE
ତେଣୁ ଲୋକେ ଖୋର୍ଦ୍ଧା ଏସ୍‌ପି ଦୀପ୍ତି ରଞ୍ଜନ ରାୟଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ସେ କହିଛନ୍ତି ମୁଁ ଜାଣିଛି । ଏବେ ଦେଖିବାର କଥା ଏସ୍‌ପି କଣ କରୁଛନ୍ତି ।

ଦୁର୍ଗା ପ୍ରସାଦ ଦାସ, କେନ୍ୟୁଜ୍‌, ବେଗୁନିଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.