Below header

ସଡକ ଦୁର୍ଘଟଣାରେ ଏହି ସାଉଥ୍ ଆକ୍ଟରଙ୍କ ମୃତ୍ୟୁ, ସଙ୍କଟାପନ୍ନ ଅବସ୍ଥାରେ ପତ୍ନୀ ହସ୍ପିଟାଲରେ ଭର୍ତ୍ତି

ବଡ ପରଦାରେ ଏବଂ ଟେଲିଭିଜନ୍ ଦୁନିଆରେ ସବୁଦିନ କିଛି ନା କିଛି ନୂଆ ହୋଇଥାଏ । କେବେ କୌଣସି ଫିଲ୍ମର ପୋଷ୍ଟର, ଟିଜର କିମ୍ବା ଟ୍ରେଲର ସମ୍ନାକୁ ଆସିଥାଏ ତ କେତେବେଳେ କୌଣସି ସେଲିବ୍ରେଟିଙ୍କର ନୂଆ ଲୁକ୍ କୁ ନେଇ ଚର୍ଚ୍ଚା ଜୋର ଧରିଥାଏ । ଏମିତିରେ ଏକ ଦୁଃଖଦ ଖବର ଆସିଛି ସାଉଥ୍ ଇଣ୍ଡଷ୍ଟ୍ରୀରୁ । ସାଉଥ୍ ଇଣ୍ଡିଆନ୍ ଆକ୍ଟର ମନୋ’ଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଜଣାପଡିଛି ।

mano

ଏହାସହ ପଢନ୍ତୁ :

ଫିଲ୍ମ ଧୁମ୍‌-୪ ରେ ଭିଲେନ ଅବତାରରେ ନଜର ଆସିପାରନ୍ତି…

ମନୋଙ୍କର ମୃତ୍ୟୁ ଏକ କାର୍ ଦୁର୍ଘଟଣାରେ ହୋଇଥିବାବେଳେ ଦୁର୍ଘଟଣା ସମୟରେ ମନୋ ଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ଯିଏ ଗମ୍ଭୀର ରୂପେ ଆହତ ହୋଇଛନ୍ତି । ମନୋଙ୍କର ପତ୍ନୀଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ସେ ଚେନ୍ନାଇର ରାମଚନ୍ଦ୍ରନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏକ ରିପୋର୍ଟ ଅନୁସାରେ ମନୋ ଦୀପାବଳିରେ ନିଜ ପତ୍ନୀଙ୍କ ସହିତ କାରରେ କେଉଁଠାକୁ ଯାଉଥିଲେ । କିନ୍ତୁ ଖୁବ୍ କ୍ଷିପ୍ର ବେଗରେ ଗାଡି ଚଲାଉଥିବା କାରଣରୁ କାରଟି ନିୟନ୍ତ୍ରଣରୁ ବାହାରକୁ ଚାଲିଯାଇଥିଲା ଏବଂ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.