ଧରାପଡିଲା ଇମ୍ରାନଙ୍କ ‘ମିଶନ କଶ୍ମୀର’ ଗୁମର, ପପ୍‌ ସିଙ୍ଗରଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଲେ ପାକ୍‌ ଜେନେରାଲ

ଇସଲାମାବାଦ : କଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ଇମ୍ରାନ ସରକାର ମୁଣ୍ଡ ଏବେ କାମ କରୁନାହିଁ। ପାକିସ୍ତାନ ଏବେ ନିଜକୁ କଶ୍ମୀର ଲୋକଙ୍କ ସବୁଠୁ ବଡ ହିତାଙକାକ୍ଷୀ ବୋଲି କହୁଛି। ଏଥିପାଇଁ ପାକିସ୍ତାନରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଏହି ସମୟରେ ୨୬ ଅକ୍ଟୋବରରେ ରାଓ୍ଵଲପିଣ୍ଡ ସ୍ଥିତ ସେନା ମୁଖ୍ୟାଳୟରେ ଆୟୋଜିତ କଶ୍ମୀର ଦିବସରେ ପଞ୍ଜାବୀ ପପ୍‌ ସିଙ୍ଗର ହୁମେରା ଅରଶଦଙ୍କ ଇଭେଣ୍ଟ ଆୟୋଜିତ କରାଯାଇଥିଲା। ଏହି ସମୟରେ ପାକ୍‌ ସେନାର ଅନେକ ଜେନେରାଲ ନାଚୁଥିବାର ନଜର ଆସିଥିଲେ।

pop

ସୂଚନାଯୋଗ୍ୟ, ୨୬ ଅକ୍ଟୋବର ୧୯୪୭ରେ ଜମ୍ମୁ କଶ୍ମୀରକୁ ଭାରତରୁ ବିଲୟ ହୋଇଥିଲା। ଖାସ୍‌ ଏଥିପାଇଁ ପାକିସ୍ତାନ ଏହି ଦିନକୁ କଶ୍ମୀର ବ୍ଲାକ ଡେ ଭାବେ ପାଳନ କରୁଛି। ଏହାକୁ ନେଇ ସେନାର ପ୍ରାଚର ଓ୍ଵିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଥମରୁ ଏହି ଇଭେଣ୍ଟକୁ ଗୁପ୍ତ ଭାବେ ରଖିବାକୁ ଚେଷ୍ଟା କରାଯାଉଥିଲା, କିନ୍ତୁ ପପ୍‌ ସିଙ୍ଗର ହୁମେରାଙ୍କ ଟ୍ଵିଟ୍‌ ପାକ୍‌ ସୈନ୍ୟ ଅଧିକାରୀଙ୍କ ଗୋପନୀୟତା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଏବେ ହୁମୈରା ଚାପରେ ଆସି ଏହି ଟ୍ଵିଟ୍‌କୁ ଡିଲେଟ୍‌ କରିଦେଇଛନ୍ତି।

ଏହାସହ ପଢ଼ନ୍ତୁ ; ର‍୍ୟାମ୍ପ ଓ୍ଵାକ ସମୟରେ ପାକିସ୍ତାନୀ ମଡେଲ କଲେ ଏଭଳି କାମ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଏଥିରୁ ସ୍ପଷ୍ଟ ଯେ, ଇମ୍ରାନ ସରକାର କେବଳ ମିଛରେ କଶ୍ମୀର ପାଇଁ ବାଡେଇପିଟି ହେଉଛି। କିନ୍ତୁ ପ୍ରକୃତରେ ସେମାନଙ୍କ ପାଇଁ କୌଣସି ଆନ୍ତରିକତା ନାହିଁ ବୋଲି ଏହି ଟ୍ଵିଟକୁ ଲୋକେ ଦେଖିବା ପରେ ମତ ଦେଉଛନ୍ତି।