ରିଲିଜ ହେଲା କଙ୍ଗନା ରନାୱତଙ୍କ ସିନେମା ଏମରଜେନ୍ସିର ଟିଜର, ୨୪ ନଭେମ୍ବରରୁ ପରଦାରେ

କଙ୍ଗନା ରନାୱତଙ୍କ ସିନେମା ଏମରଜେନ୍ସିର ନୂଆ ଟିଜର ରିଲିଜ ହୋଇଛି । ଏହି ସିନେମାର କାହାଣୀ ୧୯୭୫ରେ ଭାରତରେ ଲାଗିଥିବା ଏମରଜେନ୍ସିକୁ ଗଢି ଉଠିଛି । ସିନେମାରେ କଙ୍ଗନା ରନାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି । ଟିଜରରେ ତାଙ୍କର ଡାଏଲଗ ରହିଛି ‘ଇଣ୍ଡିଆ ଇଜ ଇନ୍ଦିରା ଏଣ୍ଡ ଇନ୍ଦିରା ଇଜ ଇଣ୍ଡିଆ’ ।

କେନ୍ୟୁଜ୍(ବ୍ୟୁରୋ):  ‘ମୁଝେ ଇଶ ଦେଶକି ରକ୍ଷା କରନେ ସେ କୋଇ ନେହିଁ ରୋକ ସକତା, ଇଣ୍ଡିଆ ଇଜ ଇନ୍ଦିରା ଏଣ୍ଡ ଇନ୍ଦିରା ଇଜ ଇନ୍ଦିରା’ ଏପରି ଦମଦାର ଡାଏଲଗରେ କମ୍ପି ଉଠିବ ବକ୍ସ ଅଫିସ । ସେଦିନ ୧୯୭୫ ଜୁନ ୨୫ । ଠିକ ଆଜିର ଦିନ । ଭାରତ ଇତିହାସର ଅନ୍ଧାରି ମୂହୁର୍ତ୍ତ ଚାଲି ଆସିଥିଲା । କଙ୍ଗନା ରନାୱତଙ୍କ ସିନେମା ଏମରଜେନ୍ସିର ନୂଆ ଟିଜର ରିଲିଜ ହୋଇଛି । ଏହି ସିନେମାର କାହାଣୀ ୧୯୭୫ରେ ଭାରତରେ ଲାଗିଥିବା ଏମରଜେନ୍ସିକୁ ଗଢି ଉଠିଛି । ସିନେମାର ଟେଲରରେ ସାରା ଦେଶରେ ହିଂସା ଦେଖା ଦେଇଥିବାର ଦୃଶ୍ୟକୁ ଦେଖାଯାଇଛି । ସିନେମାରେ କଙ୍ଗନା ରନାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି । ସେ ଦେଶର ରକ୍ଷା ପାଇଁ ଶପଥ ନେଉଥିବା ଦୃଶ୍ୟ ନଜର ଆସିଛି । ଏହାସହ ଏପରି ଏକ ଦମଦାର ଡାଏଲଗ ମଧ୍ୟ ଶୁଣିବାକୁ ମିଳିଛି ।

କଙ୍ଗନାଙ୍କ ସିନେମା ଏମରଜେନ୍ସିର ଅପେକ୍ଷା ଦର୍ଶକ ବହୁ ପୂର୍ବରୁ କରିଥିଲେ । ଏହି ସିନେମାରେ ସେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିଭାଉଛନ୍ତି । ଏହା ପୂର୍ବରୁ ଫିଲ୍ମର ଏକ ଟିଜର ରିଲିଜ ହୋଇ ସାରିଥିଲା । ଯେଉଁଥିରେ ସିନେମାରେ କଙ୍ଗନାଙ୍କ ଲୁକକୁ ବାହାରକୁ ଅଣାଯାଇଥିଲା । ଏବେ ଆସିଥିବା ଦ୍ବିତୀୟ ଟିଜରରେ କଙ୍ଗନା ନିଜ ଦେଶର ରକ୍ଷା ପାଇଁ ଶପଥ ନେଉଥିବା ନଜର ଆସୁଛନ୍ତି । ଟିଜରରେ ତାଙ୍କର ଡାଏଲଗ ରହିଛି ‘ଇଣ୍ଡିଆ ଇଜ ଇନ୍ଦିରା ଏଣ୍ଡ ଇନ୍ଦିରା ଇଜ ଇଣ୍ଡିଆ’ ।

ଟିଜରର ଆରମ୍ଭ ୨୫ ଜୁନ ୧୯୭୫ରୁ ହୋଇଛି । ସବୁଆଡ଼େ ହିଂସା ଜାରି ରହିଛି । ଲୋକଙ୍କୁ ପୋଲିସ ଉପରେ ପଥର ମାଡ଼ କରୁଥିବାର ଦେଖିବାକୁ ମିଳିଛି । ପୋଲିସ ବି ଲୋକଙ୍କୁ ରୋକିବାକୁ ଚେଷ୍ଟା କରୁଛି । ଏହାପରେ ଏହି ଦୃଶ୍ୟର ଖବର କାଗଜ କଟିଂର ଦୃଶ୍ୟ ସାମନାକୁ ଆସିଛି । ଯେଉଁଥିରେ ଲେଖାଅଛି ଭାରତରେ ଏମରଜେନ୍ସି ଲାଗୁ କରାଯାଇଛି । ଦ୍ବିତୀୟ ଦୃଶ୍ୟରେ ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଅନୁପମ ଖେରଙ୍କୁ ଜେଲରେ ବନ୍ଦି ହେବାର ଦେଖିବାକୁ ପାଇବେ । ସେଥିରେ ସେ କହୁଛନ୍ତି ‘ଭାରତ କେ ଇତିହାସ କି ସବସେ ଅନ୍ଧେର ଘଡ଼ି ଆ ଚୁକି ହେ । ସରକାର ରାଜ ନେହିଁ ଅଂହକାର ରାଜ ହେ ଇଏ । ଇଏ ହମାରୀ ନେହିଁ ଇଶ ଦେଶ କୀ ମୋତ ହେ। ଇଶ ତାନାଶାହି କୋ ରୋକନା ହୋଗା’ ।

ଏହାରି ଭିତରେ ଆପଣଙ୍କୁ ଟିଭି ଚାନେଲର ଟେଲିକାଷ୍ଟ ବନ୍ଦ ହେବାର ଓ ଆନ୍ଦୋଳନ କରୁଥିବା ଲୋକଙ୍କ ଦୃଶ୍ୟ ଦେଖିବାକୁ ମିଳିବ । ଟିଜର ଶେଷରେ କଙ୍ଗନା ଇନ୍ଦିରାଙ୍କ ଲୁକରେ ନଜର ଆସିବେ । ଏଥିରେ ତାଙ୍କର ଡାଏଲଗ ରହିଛି ‘ମୁଝେ ଇଶ ଦେଶକି ରକ୍ଷା କରନେ ସେ କୋଇ ନେହିଁ ରୋକ ସକତା, ଇଣ୍ଡିଆ ଇଜ ଇନ୍ଦିରା ଏଣ୍ଡ ଇନ୍ଦିରା ଇଜ ଇନ୍ଦିରା’ ।

କଙ୍ଗନା ସିନେମାକୁ ନେଇ କହିଛନ୍ତି ଏମରଜେନ୍ସି ଆମର ଇତିହାସର ଏକ ମହତ୍ବପୂର୍ଣ୍ଣ ବିଷୟ । ଯାହା ବାବଦରେ ଯୁବ ଭାରତକୁ ଜାଣିବା ନିହାତି ଜରୁରୀ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନିଜେ କଙ୍ଗନା । ୨୪ ନଭେମ୍ବର ୨୦୨୩ରେ ଏହି ସିନେମା ସାରା ବିଶ୍ବରେ ରିଲିଜ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.