ବିବାଦରେ ରାଜାମୌଲିଙ୍କ RRR, ଆଦିବାସୀ ନେତାଙ୍କୁ ମୁସଲିମ୍‌ ଟୋପିରେ ଦେଖାଇଥିବାରୁ ଥିଏଟର ଜାଳିଦେବାକୁ ବିଜେପିର ଧମକ

ବାହୁବଳୀ ଫେମ୍‌ ଡାଇରେକ୍ଟର ଏସ୍‌ଏସ୍‌ ରାଜାମୌଲୀ ନିଜ ନୂଆ ଫିଲ୍ମ RRR କୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ବିଜେପି କଡ଼ା ଭାଷାରେ ଫିଲ୍ମର ଫାଷ୍ଟଲୁକ୍‌ ବଦଳାଇବାକୁ ଦାବି କରିଛି। ଯଦି ଏଭଳି ନ ହୁଏ ତେବେ ଥିଏଟର ଜଳାଇବାକୁ ଧମକ ଦିଆଯାଇଛି। ରିପୋର୍ଟ ମୁତାବକ ତେଲେଙ୍ଗାନା ବିଜେପିର ନେତା ଓ କରିମ ନଗରର ସାଂସଦ ବାନ୍ଦୀ ସଞ୍ଜୟ ଫିଲ୍ମରେ ଫ୍ରିଡମ୍‌ ଫାଇଟର କୋମରାମ ଭୀମ୍‌ଙ୍କ ଗେଟ୍‌ଅପ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଦିଲାବାଦର ବିଜେପି ସାଂସଦ ସୋୟମ୍‌ ବାପୁ ମଧ୍ୟ ଫିଲ୍ମ ନିର୍ମାତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ ଯେ ନିକଟରେ ଫିଲ୍ମରେ କୋମରାମ ଭୀମଙ୍କ ଭୂମିକାରେ ଅଭିନୟ କରୁଥିବା ଜୁନିଅର ଏନ୍‌ଟିଆରଙ୍କ ଫାଷ୍ଟଲୁକ୍‌ ରିଲିଜ୍‌ କରାଯାଇଛି। ଏଥିରେ ସେ କୁର୍ତ୍ତା-ପାଇଜାମା ଓ ମୁସଲିମ୍‌ ଟୋପି ପିନ୍ଧିଥିବା ଦେଖିବାକୁ ମିଳିଛି। ତେଲେଙ୍ଗାନା ବିଜେପି ସ୍ୱାଧୀନତା ସଂଗ୍ରାମୀଙ୍କ ବେଶଭୂଷାକୁ ନେଇ ପ୍ରଶ୍ନ କରିଛି।

rrr

ସାଂସଦ ବାନ୍ଦୀ ସଞ୍ଜୟ କହିଛନ୍ତି ରାଜାମୌଲି ଅଶାନ୍ତି ସୃଷ୍ଟି କରିବାକୁ କୋମରାମ ଭୀମଙ୍କୁ ଏହି ଟୋପି ପିନ୍ଧାଇଛନ୍ତି। ଆମେ ଏହାକୁ ଆଦୌ ସ୍ୱୀକାର କରିବୁ ନାହିଁ। ଅନ୍ୟପଟେ ସାଂସଦ ସୋୟମ୍‌ ବାପୁ କହିଛନ୍ତି ଯେ ଆଦିବାସୀ ନେତାଙ୍କୁ ସୁରମା, ମୁସଲିମ୍‌ ଟୋପି ଓ କୁର୍ତ୍ତା ପାଇଜାମାରେ ଦେଖାଇବା ଭୁଲ। ସେ ନିଜାମ ଶାସନ ବିରୋଧରେ ନିଜ ଜୀବନ ଦେଇଛନ୍ତି। ଏଣୁ ଯଦି ତାଙ୍କ ଲୁକ୍‌କୁ ଭୁଲ ଭାବେ ଉପସ୍ଥାପିତ କରାଯିବ ତେବେ ଆମେ ଥିଏଟର ଜଳାଇବାକୁ ମଧ୍ୟ ସଙ୍କୋଚ କରିବୁ ନାହିଁ। ତେବେ ଏହି ମାମଲାରେ ଫିଲ୍ମ ନିର୍ମାତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.