‘ଅଲୀବାବା’ ଶୋ’ରେ ତୁନିଷା ଶର୍ମାଙ୍କ ଜାଗାରେ ହେବ ନାହିଁ କାହାର ଏଣ୍ଟ୍ରି! ନିର୍ମାତା ନେଲେ ଏହି ବଡ଼ ନିଷ୍ପତ୍ତି…

ଟିଭି ସିରିଏଲ୍‌ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’ର ଲିଡ୍‌ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ପୁଣିଥରେ ଶୋ’ର ପ୍ରସାରଣ ଆରମ୍ଭ ହୋଇଛି। ଏହି ସିରିଏଲରେ ତୁନିଷା ଶହଜାଦୀ ‘ମରିୟମ୍‌’ର ଚରିତ୍ର ନିଭାଉଥିଲେ ଏବଂ ଶିଜାନ ଖାନ ‘ଅଲୀ ବାବା’ର ଚରିତ୍ରରେ ନଜର ଆସୁଥିଲେ।

୨୪ ଡିସେମ୍ବରରେ ତୁନିଷା ସିରିଏଲ୍‌ ସୁଟିଂ ସମୟରେ ସେଟ୍‌ ଉପରେ ହିଁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ, ଯାହା ପରଠାରୁ ଶୋ’ର ସୁଟିଂ ଏ ପର୍ଯ୍ୟନ୍ତ ଅଟକି ରହିଛି। କିନ୍ତୁ ଏବେ ଶୋ’ର ନିର୍ମାତାମାନଙ୍କ ତରଫରୁ ଏହାକୁ ନେଇ ଏକ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି।

ଖବର ମୁତାବକ, ନିର୍ମାତାମାନେ ବହୁତ ଜଲ୍‌ଦି ଶୋ’କୁ ନୂଆ ମୋଡ଼ ଦେବେ ଏବଂ ଏହାର ଟ୍ରାକ୍‌କୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ଉପରେ ମଧ୍ୟ ବିଚାର କରିବେ। ନିକଟରେ ଏକ ଇଣ୍ଟରଭ୍ୟୁରେ ସିରିଏଲ୍‌ର ନିର୍ମାତାମାନେ କହିଥିଲେ ଯେ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’କୁ ବନ୍ଦ କରାଯିବ ନାହିଁ। ଯଦିଓ ବର୍ତ୍ତମାନ କିଛି ଦିନ ପାଇଁ ବାକି ଚରିତ୍ରଗୁଡ଼ିକ ଉପରେ ଫୋକସ୍‌ କରି ହୋଇଥିବା ଷ୍ଟୋରୀଲାଇନକୁ ବଢ଼ାଯିବ ଏବଂ ଆବଶ୍ୟକ ପଡ଼ିଲେ କିଛି ନୂଆ କଳାକାରଙ୍କୁ ମଧ୍ୟ ଶୋ’ରେ ଯୋଡ଼ାଯିବ।

ଖବର ମୁତାବକ, ଶୋ’ରେ ତୁନିଷା ଶର୍ମାଙ୍କ ଚରିତ୍ର ପାଇଁ କୌଣସି ରିପ୍ଲେସ୍‌ମେଣ୍ଟ ହେବ ନାହିଁ, ବରଂ ଚରିତ୍ରକୁ ଶେଷ କରି ଦିଆଯାଇ ଏକ ଭିନ୍ନ ଚରିତ୍ର ତିଆରି କରାଯିବ। ଆଉ ଏଥିପାଇଁ ନିର୍ମାତାମାନେ ଅଭିନେତ୍ରୀ ଖୋଜୁଛନ୍ତି। ବର୍ତ୍ତମାନ ଟିଭିରେ ବ୍ୟାକ୍‌ଅପ ଏପିସୋଡ୍‌ଗୁଡ଼ିକ ପ୍ରସାରିତ ହେଉଛି। ଏଥି ସହିତ ଖବର ଆସୁଛି କି, ସିରିଏଲ୍‌ରୁ ଶିଜାନ ଖାନଙ୍କର ରିପ୍ଲେସ୍‌ମେଣ୍ଟ ହୋଇପାରେ।

ସୂଚନାଥାଉ କି, ବର୍ତ୍ତମାନ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’ର ସୁଟିଂ ଏହାର ଲିଡ୍‌ ଚରିତ୍ରମାନଙ୍କ ବିନା ହିଁ ଆରମ୍ଭ ହୋଇଛି। ସିରିଏଲ୍‌ର ସେଟ୍‌ ଓରିଜିନାଲ୍‌ ସେଟ୍‌ଠାରୁ ୩ କିଲୋମିଟର ଦୂରରେ ତିଆରି କରାଯାଇଛି। କହି ରଖୁଛୁ, ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଶିଜାନ ଖାନ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ତୁନିଷା ଓ ଶିଜାନଙ୍କ ମଧ୍ୟରେ ଆଫେୟାର ଥିଲା ଏବଂ କିଛି ଦିନ ପୂର୍ବେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇ ଯାଇଥିଲା। ତୁନିଷା ଶର୍ମାଙ୍କ ମା’ ଭନିତା ଶର୍ମା ଝିଅର ମୃତ୍ୟୁ ପାଇଁ ଶିଜାନଙ୍କୁ ଦାୟୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.